ସରକାରୀ ନୀତିକୁ ନିଗମଗୁଡିକ ଖୋଲା ଉଲ୍ଲଂଘନ କରୁଛନ୍ତି
1 min read
ନିଗମ ଯନ୍ତ୍ରୀସଂଘ ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା
ସରକାରୀ ନିଗମ ଓଏଚପିସି ଓ ଶକ୍ତିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟାନ ନିଗମର ପରିଚାଳନା ମଣ୍ଡଳୀ ବା ବୋର୍ଡକୁ ଓଡିଶା ସରକାର ନିଯୁକ୍ତ କରୁଥିଲେବି ରାଜ୍ୟ ସରକାର ପ୍ରଣିତ କରିଥିବା ମାନବସମ୍ବଳ ନୀତିକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।
ନିଗମଗୁଡିକ ସ୍ଵଜନପୋଷଣ (ନେପୋଟିଜିମ) ନୀତିରେ ନିଗମଗୁଡିକୁ ପରିଚାଳନା କରୁଛନ୍ତି। ଫଳରେ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟ ପାର୍ଥୀଙ୍କ ରାଜ ଦକ୍ଷତା, ମେଧା ଓ ପ୍ରତିଭା ମୂଲ୍ୟହୀନ ହୋଇପଡିଛି। ଯନ୍ତ୍ରୀ ମାନଙ୍କର ନିଯୁକ୍ତି ଓ ପଦୋନ୍ନତି ପାଇଁ ଜଳସମ୍ପଦ ବିଭାଗ ପ୍ରଣିତ କରିଥିବା କ୍ୟାଡର ନୀତିରେ କର୍ମଚାରୀ ମାନଙ୍କର ଦକ୍ଷତା ଓ ପାରଦର୍ଶିତା ବୃଦ୍ଧିପାଇଁ କୌଣସି ପ୍ରତିବନ୍ଧକ ନାହି। କିନ୍ତୁ ବିଡମ୍ବନା ହେଉଛି ସ୍ଵଜନପୋଷଣ ନୀତିରେ ପରିଚାଳିତ ଓଏଚପିସି ତାହାକୁ ସମ୍ପୂର୍ଣ ପ୍ରତ୍ୟାଖାନ କରିଆସୁଛି। ନିଗମରେ କାର୍ଯ୍ୟ କରୁଥିବା ଦକ୍ଷ, ଯୋଗ୍ୟ ଓ ମେଧାବୀ ଡିପ୍ଲୋମା ଯନ୍ତ୍ରୀମାନଙ୍କର ପଦୋନ୍ନତିକୁ ଏଜିଏମ (ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର) ପଦରେ ସୀମିତ ରଖିବା ଦ୍ଵାରା ବିଦ୍ୟୁତ କ୍ଷେତ୍ରର ବିକାଶରେ ପ୍ରତିବନ୍ଧକ ହୋଇଛି।
ଦ୍ୱିତୀୟରେ ଜଳସମ୍ପଦ ବିଭାଗ କନିଷ୍ଟ ଯନ୍ତ୍ରି ଓ ସହାୟକ ଯନ୍ତ୍ରିଙ୍କ କ୍ୟାଡର ନିଯୁକ୍ତି ଅନୁପାତ ୪୦:୬୦ଧାର୍ଯ୍ୟ କରି ଅଧିନିୟମ ଜାରି କରିଥିବାବେଳେ ନିଗମଗୁଡିକ ତାହାକୁ ପ୍ରତ୍ୟାଖାନ କରି ୩୩:୬୭ ଅନୁପାତ ସ୍ଥିରକରି ନିଗମ ପରିଚାଳନା କରୁଛନ୍ତି।
ଏହାକୁ ବିରୋଧ କରି ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ଆଜି ଏକ ସ୍ମାରକ ପତ୍ର ମାଧ୍ୟମରେ ଶକ୍ତିମନ୍ତ୍ରୀଙ୍କୁ ଅବଗତ କରିବା ସହିତ ତୁରନ୍ତ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।
ଶକ୍ତି ସମୀକ୍ଷକ ତଥା ଓଡିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘର ସଭାପତି ଆନନ୍ଦ ମହାପାତ୍ର କହିବ କଥା ନିଗମଗୁଡିକ କାର୍ଯ୍ୟକାରୀ କରିଥିବା ସ୍ଵଜନପୋଷଣ ନୀତି ଏଭଳି ଏକ ସାମାଜିକ, ରାଜନୈତିକ, ବ୍ୟବସାୟୀକ ଓ ଅର୍ଥନୈତିକ ବ୍ୟାଧି ଯାହା ମେଧା, ଯୋଗ୍ୟତା ଓ ପ୍ରତିଭାକୁ ସମ୍ପୂର୍ଣ ପ୍ରତ୍ୟାଖାନ କରି ଆତ୍ମୀୟତା, ବନ୍ଧୁତ୍ଵ ଓ ବ୍ୟକ୍ତିଗତ ସ୍ଵାର୍ଥ ଓ ସମ୍ପର୍କକୁ ଅଗ୍ରାଧିକାର ଦିଏ। ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ପ୍ରକୃତ ଯୋଗ୍ୟ ପାର୍ଥୀଙ୍କୁ ସୁଯୋଗରୁ ବଞ୍ଚିତ କରେ।
ଫଳରେ ନିଗମଗୁଡିକର କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ପ୍ରଭାବିତ ହୋଇ ନିର୍ଦ୍ଧିଷ୍ଟ ସମୟସୀମାରେ କାର୍ଯ୍ୟ ସମ୍ପାଦନ ହେଉନାହି। ନିଗମଗୁଡିକୁ ଅଧିକ ଖର୍ଚ କରିବାକୁ ପଡୁଛି ଯାହାର ବୋଝ ବିଦ୍ୟୁତ ଉପଭୋକ୍ତା ବହନ କରୁଛନ୍ତି।
- ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର। ୮୮୯୫୪୧୮୧୬୯