ନଭେମ୍ବର ୫ରୁ ୧୨ କଟକ ବାଲିଯାତ୍ରା: ଡ୍ରୋନ ଉଡାଣକୁ ମନା
1 min read
କଟକ //TATKAL ODISHA//
ଆଗାମୀ ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ କଟକର ବାଲିଯାତ୍ରା ଅନୁଷ୍ଠିତ ହେବ। ଏହି ଐତିହାସିକ ଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାର ଆକଳନ କରାଯାଇଛି I ସେଥିପାଇଁ ସୁରକ୍ଷାକୁ କଡାକଡି କରିବା ସହ ଡ୍ରୋନ ଉଡାଣକୁ ମନା କରାଯାଇଛି।

କଟକ ଜିଲ୍ଲାପାଳ ନିର୍ଦେଶାନାମା ଜାରି କରିଛନ୍ତି I ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ସମୟ ମଧ୍ୟରେ ପଡିଆକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି।
ବାଲିଯାତ୍ରା ପଡିଆର ୫ କିଲୋମିଟର ପରିଧି ପାଇଁ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାଓ୍ବାର ହ୍ୟାଙ୍ଗ ଗ୍ଲାଇଡର୍ସ, ମାଇକ୍ରୋ ଲାଇଟ୍ , ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ୟୁଏଭି ମନା କରାଯାଇଛି।