tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦୁଇ ଘଣ୍ଟା ପ୍ରବଳ ବର୍ଷାରେ ରାଜଧାନୀ ବେହାଲ

1 min read
  • ଅଧିକାଂଶ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି

ଭୁବନେଶ୍ୱର://TATKAL ODISHA //

ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ଧରି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଛି l


ପ୍ରବଳ ବର୍ଷା ଯୋଗୁଁ କିଛି ମୁଖ୍ୟ ରାସ୍ତା ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଫଳରେ ଲୋକଙ୍କ ଅବସ୍ଥା ବେହାଲ ହୋଇଛି I

ପାଣି ଜମି ରହିଥିବା ରାସ୍ତାଗୁଡ଼ିକରେ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଥିଲା। ଜୟଦେବ ବିହାର ଏବଂ ସିଆରପିଏଫ୍ ସ୍କୋୟାର ମଧ୍ୟରେ ଜାତୀୟ ରାଜପଥ-୧୬ ଓ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ସ୍କୋୟାର ଏବଂ ୟୁନିଟ୍-୧ ମାର୍କେଟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା।


ପାଣିପାଗ ବିଭାଗ (ଆଇଏମଡି) ଆଜି ଅପରାହ୍ନରେ ଭୁବନେଶ୍ୱର, ଖୋର୍ଦ୍ଧା ପାଇଁ ପ୍ରବଳ ଝଡ଼ବର୍ଷାର ସତର୍କତା ଜାରି କରିଛି। ସେହିପରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କନ୍ଧମାଳ ଏବଂ ବୌଦ୍ଧରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Share

Leave a Reply