ଆଦିବାସୀଙ୍କ କଲ୍ୟାଣରେ ସରକାରଙ୍କ ପ୍ରତିବଦ୍ଧତା
1 min read
ସମ୍ପାଦକୀୟ ✍️
- ବଣ ପାହାଡ଼ ଘେରା ଅଗମ୍ୟ ଇଲାକାରେ ବସବାସ କରୁଥିବା ଆଦିବାସୀଙ୍କ ସଂଖ୍ୟା ଓଡ଼ିଶାରେ ପ୍ରାୟ ଏକ କୋଟି I ଅର୍ଥାତ ମୋଟ ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ଦେଶର ଜନସଂଖ୍ୟାର ପ୍ରାୟ ୦.୮୦ ଭାଗ।
ଭାରତୀୟ ଗଣତନ୍ତ୍ରର ସମ୍ଭିଧାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁସୂଚିତ ଜନଜାତି ମଧ୍ୟରୁ ରାଜ୍ୟରେ ୬୨ ବର୍ଗର ଆଦିବାସୀ ଥିବାବେଳେ ସେଥି ମଧ୍ୟରେ ୧୩ ପ୍ରକାର ଆଦିମ ଅଧିବାସୀ ସମ୍ପ୍ରଦାୟର I ଜନସଂଖ୍ୟା ଦୃଷ୍ଟିରୁ କନ୍ଧ ଜନଜାତି ସର୍ବାଗ୍ରେ ଥିବାବେଳେ ଦ୍ୱିତୀୟରେ ଗୋଁଣ୍ଡ ଜନଜାତି। ତୃତୀୟରେ ସାନ୍ତାଳ ଜନଜାତିଙ୍କ ସଂଖ୍ୟା ରହିଛି। କନ୍ଧ ଜନଜାତିଙ୍କ ଜନସଂଖ୍ୟା ପ୍ରାୟ ଏକ ନିୟୁତ ଥିବାବେଳେ ସେମାନେ ମୁଖ୍ୟତ କନ୍ଧମାଳ, ରାୟଗଡା, କୋରାପୁଟ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାରେ ବସବାସ କରୁଛନ୍ତି। ସେହିପରି ପ୍ରାୟ ଦଶ ଜିଲ୍ଲାରେ ବସବାସ କରୁଥିବା ଗୋଁଣ୍ଡ ଜନଜାତିଙ୍କ ଜନସଂଖ୍ୟା ପ୍ରାୟ ଦଶ ଲକ୍ଷରୁ ଅଧିକ ଥିବାବେଳେ ପାଞ୍ଚ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସାନ୍ତାଳ ଲୋକମାନେ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବସବାସ କରୁଛନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ଥିବା ହୋ ଜନଜାତି ଲୋକେ ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ଢେଙ୍କାନାଳ, ଅନଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କାହିଁ ଯୁଗରୁ ବସବାସ କରୁଛନ୍ତି।
ଓଡ଼ିଶାରେ ଥିବା ତେର ଆଦିମ ଜନଜାତିଙ୍କ ସହ ଅନ୍ୟ କିଛି ଜନଜାତିଙ୍କ ଜନସଂଖ୍ୟା ବିଭିନ୍ନ କାରଣରୁ କ୍ରମଶଃ ହ୍ରାସ ହେବାରେ ଲାଗିଛି। ଦ୍ୱିତୀୟରେ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ଆଦିବାସୀମାନେ ରହୁଥିବାରୁ ସେମାନଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଉଭୟ ଭାରତ ଓ ରାଜ୍ୟ ସରକାର ମିଳିତ ହୋଇ ନୂଆ ଖସଡ଼ା ପ୍ରସ୍ତୁତ କରିଛନ୍ତି ।
ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦୃଷ୍ଟି ନୀତି ଯୋଗୁଁ ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ରୋଜଗାର, ସାମାଜିକ ଓ ଆର୍ôଥକ କ୍ଷେତ୍ରରେ ଭଲ ପ୍ରଗତି ହୋଇଛି। ଏହାର ଅଧିକ ସୁଫଳ ନେଇଛି ଆମ ରାଜ୍ୟ ଓ ତେବେ ଆଦିବାସୀଙ୍କ ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି।
ରାଜ୍ୟର ଆଦିବାସୀମାନେ ନିଜ ନିଜର ଭାଷାର ସଂରକ୍ଷଣ ଓ ବିକାଶ ସହିତ ନିଜର ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ସଚେତନ ହେବାକୁ ଆରମ୍ଭ କରିଛନ୍ତି। ସେ ଦୃଷ୍ଟିରୁ ରାଜ୍ୟ ସରକାର ଆଦିବାସୀ ଭାଷା ସମୂହର ସଂରକ୍ଷଣ ଓ ବିକାଶ ପାଇଁ ଏକ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ୨୧ଟି ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ କରାଯାଉଛି।
‘ଲାଭ’ (ଲଘୁ ବନଜାତ ଦ୍ରବ୍ୟ କ୍ରୟ) ଯୋଜନା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟ ସରକାର ମିଶନ ଶକ୍ତି ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ଆଦିବାସୀଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରୁଛନ୍ତି ।ସେହିଭଳି ମୁଣ୍ଡାରୀ, କୁଇ ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ପ୍ରସ୍ତାବ ରହିଛି। - ଦେଶରେ ସର୍ବୋଚ୍ଚ ଆସନରେ ଅଧିଷ୍ଠିତା ହୋଇଥିବା ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇଥିବା ମୋହନ ଚରଣ ମାଝୀ ଆଦିବାସୀ ସାମ୍ପ୍ରଦାୟର I ସରକାରଙ୍କ ଆଦିବାସୀଙ୍କ ପ୍ରତି ପ୍ରତିବଦ୍ଧତା ଯୋଗୁଁ ଏମାନେ ଏତେ ସଫଳ ହୋଇଛନ୍ତି I ଏହି ପ୍ରକ୍ରିୟା ଆଗାମୀ ଦିନରେ ବି ଜାରି ରହିବ।
ସମ୍ପାଦିକା,ତତ୍କାଳ ଓଡ଼ିଶା