ସିଏଜି ଖୋଲିଲା ଗୁମର,ଆଇଟିଡିଏ ଦୁର୍ନୀତିର ଗନ୍ତାଘର
1 min read
ସିଏଜି ଖୋଲିଲା ଗୁମର,ଆଇଟିଡିଏ ଦୁର୍ନୀତିର ଗନ୍ତାଘର
– -୩୦% ଖର୍ଚ୍ଚ ହୋଇନି, ବ୍ୟକ୍ତିଗତ କାରବାର ୧୪୮.୭୫ କୋଟି
– – ଭାଉଚର ମୂଲ୍ୟଠାରୁ ଖର୍ଚ୍ଚ ପରିମାଣ ଅଧିକ, ହିସାବ ନାହିଁ
ଭୁବନେଶ୍ୱର,TATKAL ODISHA//
ସିଏଜି ଖୋଲିଛି ଗୁମର I ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର କେଳେଙ୍କାରୀ ପଦାରେ ପଡିଛି I
ରିପୋର୍ଟରେ କୁହାଯାଇଛି ଯେ, ବ୍ୟାପକ ଅନୀୟମିତତା ହୋଇଛି। ଅଯଥା ଅର୍ଥ ବ୍ୟୟ ବି ହୋଇଛି। ଭାଉଚର ମୂଲ୍ୟଠାରୁ ଖର୍ଚ୍ଚ ପରିମାଣ ଅଧିକ ହୋଇଛି। ଅଧିକାଂଶ କ୍ଷେତ୍ରରେ ହିସାବ ମିଳୁନାହିଁ। ଆଇଟିଡିଏ ପାଖରେ ଉପଲବ୍ଧ ୧୭୦୯.୪୭ କୋଟି ଥିବାବେଳେ ଖର୍ଚ୍ଚ ହୋଇଛି ୧୧୯୦.୪୪ କୋଟି ଟଙ୍କା। ଅର୍ଥାତ ୩୦% ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ଅଥଚ ବ୍ୟକ୍ତିଗତ ଭାବେ ୧୪୮.୭୫ କୋଟି ଟଙ୍କା କାରବାର ହୋଇଥିବା ଯାଞ୍ଚବେଳେ ଜଣାପଡ଼ିଛି I୧୯୭୯-୮୦ରୁ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ୨୨ଟି ଆଇଟିଡିଏ ପ୍ରତିଷ୍ଠା ହୋଇଥିଲା। ୨୦୧୮-୧୯ ରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୧ଟି ନମୁନାଭୁକ୍ତ ଆଇଟିଡିଏର ଅନୁପାଳନ ସମୀକ୍ଷା କରାଯାଇଥିଲା, ଯେଉଁଥିରେ ବିଭାଗୀୟ କାର୍ଯ୍ୟ ସମ୍ପାଦନ ଏବଂ ଆଇଟିଡିଏମାନଙ୍କ ଦ୍ୱାରା ଇନ୍ପୁଟ୍ ସାମଗ୍ରୀ କ୍ରୟ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନିୟମ ପାଳନ କରୁଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା