ଦୀପାବଳି ପାଇଁ ବିଏସଏନଏଲର ସ୍ଵତନ୍ତ୍ର ଅଫର
1 min read
- ଅକ୍ଟୋବର ୧୮ ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ଵର,//TATKAL ODISHA//
ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ପକ୍ଷରୁ ପ୍ରତ୍ୟେକ ବର୍ଗର ଗ୍ରାହକଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଛି। ଏହା ଅକ୍ଟୋବର ୧୮, ୨୦୨୫ରୁ ନଭେମ୍ବର ୧୮, ୨୦୨୫ ପର୍ଯ୍ୟନ୍ତ ଚାଲିବ ।
ସ୍ଵତନ୍ତ୍ର ସୁବିଧା କଣ ରହିଛି?
- ନୂତନ ଗ୍ରାହକମାନେ କେବଳ ୧ ଟଙ୍କା ଦେଇ ୪ଜି ସିମ୍ ପାଇପାରିବେ
- ଉପଭୋକ୍ତାମାନେ ଏଥିରେ ଅସୀମିତ କଲ୍ , ଦୈନିକ ୨ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ୩୦ ଦିନ ପର୍ଯ୍ୟନ୍ତ ଉପଭୋଗ କରିପାରିବେ।
- ବରିଷ୍ଠ ନାଗରିକମାନେ ଉପରୋକ୍ତ ପ୍ଳାନ ବ୍ୟତୀତ ୧୮୧୨ ଟଙ୍କା ଦେଇ ୪ଜି ସିମ୍ ପାଇପାରିବେ। ଏଥିରେ ଉପଭୋକ୍ତାମାନେ ଅସୀମିତ କଲ୍ , ଦୈନିକ ୨ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ୩୬୫ ଦିନ ପର୍ଯ୍ୟନ୍ତ ଉପଭୋଗ କରିପାରିବେ। ଏହା ସହ BiTV ପ୍ରିମିୟମ ପ୍ଲାନ ୬ ମାସ ପାଇଁ ଉପଭୋଗ କରିପାରିବେ।
ଗ୍ରାହକମାନଙ୍କ ପାଇଁ ଲକି ଡ୍ର ସୁବିଧା ରହିଛି, ଯେଉଁଥିରେ ଉପଭୋକ୍ତା, ଯିଏକି ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ୧୮, ୧୯, ଏବଂ ୨୦ ଅକ୍ଟୋବର ୨୦୨୫ ତାରିଖରେ ପ୍ଲାନ ୧୦୦ ଏବଂ ତା’ଠାରୁ ଅଧିକ ରିଚାର୍ଜ କରନ୍ତି ସେମାନେ ସ୍ଵୟଂଚାଳିତ ଭାବରେ ସେମାନଙ୍କ ରିଚାର୍ଜ ଦିନ ପାଇଁ ଏହି ଲକି ଡ୍ର ରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ଦିନ ୧୦ ଗ୍ରାମର ଗୋଟିଏ ରୂପା ମୁଦ୍ରା ଜିତିବାର ସୁଯୋଗ ରହିବ ।
କର୍ପୋରେଟ୍ କମ୍ବୋ ଅଫର୍ସ
- ବିଏସଏନଏଲ୍ କର୍ପୋରେଟ୍ କମ୍ବୋ ଅଫର୍ସ ସୁବିଧା ପ୍ରଦାନ କରୁଛି। ଯେଉଁ ଗ୍ରାହକମାନେ ସର୍ବନିମ୍ନ ୧୦ଟି ନୂଆ ପୋଷ୍ଟ-ପେଡ୍ ବିଏସଏନଏଲ୍ ସଂଯୋଗ ଏବଂ ଗୋଟିଏ ଏଫଟିଟିଏଚ୍ ସଂଯୋଗ ନିଅନ୍ତି, ସେମାନଙ୍କୁ ପ୍ରଥମ ମାସର ଏଫଏମସି ଉପରେ ୧୦% ରିହାତି ଦିଆଯିବ।
ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍
- ଯେଉଁ ଉପଭୋକ୍ତା ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ନିଜ ପଞ୍ଜିକୃତ ନମ୍ବରରୁ ଅନ୍ୟ ବିଏସଏନଏଲ୍ ନମ୍ବରକୁ ୧୮ ଅକ୍ଟୋବର ୨୦୨୫ ରୁ ୧୮ ନଭେମ୍ବର ୨୦୨୫ ମଧ୍ୟରେ ୧୯୯ ଟଙ୍କା ଏବଂ ତା ’ଠାରୁ ଅଧିକ ଟଙ୍କାର ରିଚାର୍ଜ କରନ୍ତି ତାଙ୍କୁ ୨.୫% ରିହାତି ମିଳିବ । ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ଅନ୍ୟ ବିଏସଏନଏଲ୍ ନମ୍ବରରେ ୪୮୫ ଟଙ୍କା ଓ ପ୍ଲାନ୍ ୧୯୯୯ ଟଙ୍କା ରିଚାର୍ଜ କଲେ, ଗ୍ରାହକ ୨.୫% ରିହାତି ପାଇବେ ଏବଂ ବାକି ୨.୫% ସାମାଜିକ ସେବା ପାଇଁ ଦାନ କରାଯିବ।
- ବିଏସଏନଏଲ୍ ପକ୍ଷରୁ ନୂତନ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଦୀର୍ଘ ଦିନର ଗ୍ରାହକ, ବ୍ୟକ୍ତିଗତ ଉପଭୋକ୍ତାଙ୍କ ଠାରୁ ବ୍ୟବସାୟ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ସୁବିଧା ରହିଛି ।