ଦୀପାବଳିରେ ଆରପାରିକୁ ଚାଲିଗଲେ ଗୋବର୍ଦ୍ଧନ ଅସରାନି
1 min read
ମୁମ୍ବାଇ,//TATKAL ODISHA
ଆଲୋକର ପର୍ବ ପବିତ୍ର ଦୀପାବଳିରେ ଆଉ ଇହ ଜଗତରେ ନାହାନ୍ତି ବଲିଓଡ଼ର ବେଷ୍ଟ କମେଡିଆନ ଓ ଅନ୍ୟତମ ଶ୍ରେଷ୍ଠ ନିର୍ଦେଶକ ଗୋବର୍ଦ୍ଧନ ଅସରାନି I ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।
ରାଜସ୍ଥାନ ଜୟପୁରରେ ଜନ୍ମ ଗ୍ରହଣ କରିଥିବା ଅସରାନି ଗ୍ରାଜୁଏସନ୍ ପରେ ରେଡିଓ ଆର୍ଟିଷ୍ଟ ଭାବେ କାମ ଆରମ୍ଭ କରିଥିଲେ । ପରେ ମୁମ୍ବାଇ ଆସି ୫ ଦଶନ୍ଧି ଧରି ବଲିଉଡ୍ରେ ରାଜ୍ କରିଥିଲେ ।
ପ୍ରାୟ ୩୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ I ଶୋଲେ, ମେରେ ଅପନେ’, ‘କୋଶିସ୍’, ‘ପରିଚୟ’, ‘ଅଭିମାନ’, ‘ଚୁପ୍କେ ଚୁପ୍କେ’, ‘ଛୋଟି ସି ବାତ’, ‘ରଘୁ ଚକ୍କର’ ଆଦି ଫିଲ୍ମରେ ତାଙ୍କର ଅଭିନୟ ଜୀବନ୍ତ ଥିଲା ।
୧୯୭୫ରେ ବେଶ୍ ଲୋକପ୍ରିୟ ହୋଇଥିଲେ ଅସରାନି । ୧୯୭୭ରେ ଅସରାନି ‘ଚାଲ୍ ମୁରାରୀ ହିରୋ ବନନେ’ର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ । ୧୯୭୯ରେ ‘ସଲାମ ମେମସାବ୍’ର ନିର୍ଦ୍ଦେଶନା ଦେଇଥିଲେ ।
ଅସରାନିଙ୍କ ଦେହାନ୍ତରେ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି ।