tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଜେଡି ଜାରି କଲା ବିଜେପିର “୨୪ ମାସର ଶ୍ରେଷ୍ଠ ୨୪ ବିଫଳତା”

1 min read

ଭୁବନେଶ୍ୱର //TATKAL ODISHA//

ବିଜେପିକୁ ବିଜେଡି କଟାକ୍ଷ କରିଛି I ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକ୍ସ ଆକାଉଣ୍ଟରେ ଦୁଇ ବର୍ଷ ପୂର୍ତ୍ତି ଟିପ୍ପଣୀ ଉପରେ ବିଜେଡି ପ୍ରଶ୍ନ କରିବା ସହ ଚବିସ ମାସରେ ଚବିଶ ଶ୍ରେଷ୍ଠ ବିଫଳତା ଦର୍ଶାଇଛି…

ବିଜେଡି କହିଛି….


ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ,
ଆଜି ୪ ଜୁନ୍ । ଆପଣଙ୍କ ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ଣ୍ଣ କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲେ ମଧ୍ୟ, ବିଜେପି ସରକାର ଗଠନ କରିଥିଲା ।

ଆପଣଙ୍କର ଏକ୍ସ୍ ପୋଷ୍ଟରେ ଗତ ଦୁଇ ବର୍ଷର ସଫଳତାର ଦାବି ଦେଖିଲୁ । ଏହାର ପ୍ରତୁ୍ୟତ୍ତରରେ ଆମେ “ଡବଲ୍ ଇଞ୍ଜିନ୍ ସରକାର”ର ଗତ ୨୪ ମାସର ଶ୍ରେଷ୍ଠ ୨୪ ବିଫଳତାର ଏକ ତାଲିକା ପ୍ରଦାନ କରୁଛୁ ।


ଓଡ଼ିଶାରେ ବିଜେପି ସରକାରର ୨୪ ମାସର ଶ୍ରେଷ୍ଠ ୨୪ ବିଫଳତା

  • ୧. ମାତ୍ର ୧୮ ମାସରେ ୪୮,୭୯୮ଟି ମହିଳା ନିର୍ଯାତନା ଅପରାଧ
  • ୨. ସାଧାରଣ ସ୍ଥାନରେ ଯୌନ ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ୱର୍ ୧ ।
  • ୩. ହିଂସାତ୍ମକ ଅପରାଧରେ ଓଡ଼ିଶା ନମ୍ୱର ୧ ।
  • ୪. ମହିଳା ବିରୋଧୀ ଅପରାଧରେ ଓଡ଼ିଶା ନମ୍ୱର୍ ୨ (ଘଉଜଈ) ।
  • ୫. ୨୦୨୫ରେ ଓଡ଼ିଶାରେ ୨,୨୯,୮୮୧ଟି ଅପରାଧ ରୁଜୁ, ଯାହା ୨୦୨୪ର ୨,୧୪,୧୧୩ ତୁଳନାରେ ୭.୩% ବୃଦ୍ଧି ।
  • ୬. ଅଭିବୃଦ୍ଧି ହାର ହ୍ରାସ ପାଇଛି- ୨୦୨୩-୨୪ରେ ୯.୬%ରୁ ୨୦୨୪-୨୫ରେ ୭.୨% ଏବଂ ୨୦୨୫-୨୬ରେ ୭.୯% ।
    ୭. ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ମାତ୍ର ୩୯ କୋଟି ଟଙ୍କା ଏଫଡିଆଇ ଆସିଛି, ଯାହା ଦେଶର ମୋଟର ମାତ୍ର ୦.୦୦୯% ।
    ୮. ଜେଏସ୍ଡବ୍ଲୁ୍ୟ ଇଭି, ଆର୍ସେଲର୍ମିତ୍ତଲ୍ ଷ୍ଟିଲ୍, ଏସ୍. ରାମ୍ ଏନ୍. ରାମ୍ ସେମିକଣ୍ଡକ୍ଟର, ୱାରି ସୋଲାର, “ୱେଲସ୍ପନ ପ୍ରକଳ୍ପ ସମେତ ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାରୁ ପ୍ରସ୍ଥାନ କରିଛନ୍ତି ।
    ୯. ରପ୍ତାନୀ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମ ସ୍ଥାନରୁ ୨୦୨୪ରେ ୧୫ ତମକୁ ଖସିଛି ।
    ୧୦. ଜାତୀୟ ଷ୍ଟାର୍ଟଅପ୍ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠ ସ୍ଥାନରୁ ୨୦୨୫ରେ ୨୦ ତମକୁ ଖସିଛି ।
    ୧୧. ୨୩ଟି ପରୀକ୍ଷା ବିଫଳତା ଓ କେଳେଙ୍କାରୀ ।
    ୧୨. ୧୮ ମାସରେ ୧୮୫ଟି ହାତୀଙ୍କ ମୃତୁ୍ୟ ।
    ୧୩. କୃଷି ବୃଦ୍ଧି ଅଧା ହୋଇଛି- ୭.୬%ରୁ ୩.୮% ।
    ୧୪. ଶିଳ୍ପ ବୃଦ୍ଧି ହ୍ରାସ ପାଇଛି- ୮.୭%ରୁ ୬.୧% ।
    ୧୫. ସେବା କ୍ଷେତ୍ର ବୃଦ୍ଧି ହ୍ରାସ ପାଇଛି- ୧୧.୫%ରୁ ୧୦% ।
    ୧୬. ରାଜ୍ୟ ବଜେଟ୍ ମୁଖ୍ୟତଃ ଋଣ ଉପରେ ନିର୍ଭରଶୀଳ, ମୋଟ ପବ୍ଲିକ୍ ଋଣ ୧.୩୮ ଲକ୍ଷ କୋଟି ଟଙ୍କା, ଯାହାର ୪୦% ଉଚ୍ଚ ସୁଧର ଖୋଲା ବଜାର ଋଣ ।
    ୧୭. ଆର୍ଥିକ ନିଅଣ୍ଟ ଦୁଇଗୁଣ ବଢ଼ିଛି- ୧.୭%ରୁ ୩.୫% ।
    ୧୮. ପ୍ରାଥମିକ ନିଅଣ୍ଟ ୧.୧%ରୁ ୨.୯%କୁ ବଢ଼ିଛି ।
    ୧୯. କେନ୍ଦ୍ର ଅନୁଦାନ ୧୮.୧୯% ହ୍ରାସ ପାଇଛି- ୨୦୨୩-୨୪ରେ ୨୧,୦୧୧ କୋଟି ଟଙ୍କାରୁ ୨୦୨୪-୨୫ରେ ୧୭,୦୮୯ କୋଟି ଟଙ୍କାକୁ ।
    ୨୦. ୨୦୨୫-୨୬ ବଜେଟ୍ର ମାତ୍ର ୫୭% ଖର୍ଚ୍ଚ ।
    ୨୧. ସ୍ୱାସ୍ଥ୍ୟ ବଜେଟ୍ରୁ ୪୫୩ କୋଟି ଟଙ୍କା କଟ୍ କରାଯାଇଛି ।
    ୨୨. ଭାରତରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଓଡ଼ିଶାରେ ୭.୨୨% ।
    ୨୩. ୨୮ଟି ଯୋଜନାର ନାମ ବଦଳ ।
    ୨୪. ଲୋକପ୍ରିୟ ନୂଆ-ଓ ଛାତ୍ରବୃତ୍ତି ଯୋଜନା ବନ୍ଦ କରାଯାଇଛି ।

Share

Leave a Reply