tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ

1 min read
  • ବିଜେପିରେ ମିଶିବା ସମ୍ଭାବନା

କଟକ, ଭୁବନେଶ୍ୱର//TATKAL ODISHA//

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇ କହିଛନ୍ତି ଯେ,

  • “ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋତେ ରାଜ୍ୟସଭାକୁ ମନୋନୀତ କରିବା ପାଇଁ ମୁଁ ସର୍ବଦା ଆପଣଙ୍କ ନିକଟରେ ଋଣୀ ରହିବି। ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କ ପ୍ରତି ମୋର ଆନ୍ତରିକ ଏବଂ ଗଭୀର କୃତଜ୍ଞତା ପ୍ରକାଶ କରିବାକୁ ଏହି ସୁଯୋଗ ନେଉଛି।”

ତେବେ ପୂର୍ବରୁ ଦେବାଶିଷ ବିଜେଡି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବାସ୍ତବରେ ତାହା ସତ ହୋଇଛି । ସୋମବାର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳ (ବିଜେଡି) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବାନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । ତଥାପି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଯେ ସେ ବିଜେପିରେ ଯୋଗ ଦେବେ କି ନାହିଁ?

ଇସ୍ତଫା ନେଇ ନବୀନଙ୍କ ନିକଟକୁ ପଠାଇଥିବା ପତ୍ରରେ ଦେବାଶିଷ ଲେଖିଛନ୍ତି ଯେ, “ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ଅପମାନିତ କରାଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରେ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥ ପାଇଁ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି”।

Share

Leave a Reply