tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରତିମୂର୍ତ୍ତି ଉନ୍ମୋଚନ : ମିଳିଲା ବସନ୍ତ ବାବୁଙ୍କୁ ଉଚିତ ସମ୍ମାନ

1 min read

କଟକ //TATKAL ODISHA//

ଦୀର୍ଘ ଦିନ ପରେ ଓଡ଼ିଶାର ନିର୍ମାଣ ଯୁଗର ସାରଥୀ, କଟକର ଦ୍ଵିତୀୟ ବାଇମୁଣ୍ଡି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କୁ ଉଚିତ ସମ୍ମାନ ମିଳିଛି I

ବସନ୍ତ ବାବୁଙ୍କର ଏକ ପୂର୍ଣ୍ଣ ବୟବ ମୂର୍ତ୍ତି କରି କଟକ ମହାନଗରନିଗମ ଉଦାହରଣ ସୃଷ୍ଟି କରିଛି I

ପ୍ରତିମୁର୍ତିର ଉଦ୍ଘାଟନ କରିଛନ୍ତି କଟକ ମେୟର ସୁବାସ ସିଂହ I ତାଙ୍କ ସହ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁତ୍ର ପୂର୍ବତନ ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଏବଂ ବରିଷ୍ଠ ସାମ୍ବାଦିକ ତଥା ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ଉପସ୍ଥିତ ଥିଲେ I

କଟକ ମହାନଗର ନିଗମ ୱାର୍ଡ ନମ୍ବର ୯ ସ୍ତିତ ଦୟା ଆଶ୍ରମ ନିକଟରେ ଠାରେ ତାହା ହୋଇଛି I

ଏହି ଉଦ୍ଘାଟନ ସଭାରେ ଉପସ୍ଥିତ ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମାନେ ସ୍ୱର୍ଗତ ବିଶ୍ୱାଳଙ୍କ କଟକ ସହର ପ୍ରତିକରିଥିବା ସମସ୍ତ କାର୍ଯ୍ୟ ଯେପରିକି କଟକ ସହରରେ ରିଙ୍ଗ ବନ୍ଧ ନିର୍ମାଣ କରିବା ,କଟକ ବିକାଶ ପ୍ରାଧିକରଣ ପ୍ରତିଷ୍ଠା , ଇଣ୍ଡୋର ଷ୍ଟାଡିଅମର ନିର୍ମାଣ କରିବା, ଭଳି ମହାନ କାର୍ଯ୍ୟତାଙ୍କ ନେତୃତ୍ୱରେ ହୋଇଥିଲା I

ଏହି ଉଦ୍ଘାଟନ ସଭାରେ କଟକ ମେୟର ସୁବାସ ସିଂହଙ୍କ ସହିତ ମାନ୍ୟବର ବିଧାୟିକା ସୋଫିଆ ଫିରଦୋଷ , ମାନବ ଅଧିକାର କମିଶନର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅସୀମ ଅମିତାଵ ଦାସ, ସି.ଏମ.ସି କମିଶନର ସୁଶ୍ରୀ କିରଣଦୀପ କୌର ସହୋତା, କଟକ ପୂଜାକମିଟି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତୀ ତ୍ରିପାଠୀ , ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ କଂଗ୍ରେସସ ର ବରିଷ୍ଠ ନେତା ସୁରେଶ ମହାପାତ୍ର , ପୂର୍ବତନ ଡେପୁଟି ମେୟର ପୁଷ୍ପା ସାମଲ, ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ପ୍ରଫୁଲ ସିଂହ , ବିଜୁ ଜନତା ଦଳ କଟକ ସିଟିର ପୂର୍ବତନ ସଭାପତି ମଧୁ ସୁଧନ ସାହୁ , ଭାରତୀୟ ଜନତା ପାର୍ଟିର ନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜୁ ମହିଳା ଜନତା ଦଳ କଟକ ଜିଲ୍ଲା ସଭାପତି ଅନିତା ବେହେରା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ମୋନାଲିଶା ଦାସ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ.ଶ୍ରୀଦେବୀ , ସ୍ଥାନୀୟ କର୍ପୋରେଟର ବିକାଶ ରଞ୍ଜନ ବେହେରା ,କଂଗ୍ରେସସ କର୍ପୋରେଟର ସନ୍ତୋଷ ବଳ, କଟକ ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରି ଦାସ , ସି.ପି.ଆଇ. ର ବରିଷ୍ଠ ନେତା ଶ୍ରୀ ଆମେରେନ୍ଦୁ ମହାନ୍ତି , କର୍ପୋରେଟର ପ୍ରିୟମ୍ବଦା ମହାନ୍ତି , ଆରତୀ ସାହୁ , ଅରୁନ୍ଧତୀ କର, ବନଲତା ପ୍ରଧାନ ଚନ୍ଦନ ଜେନା , ଜେ କାମେଶ୍ୱର ରାଓ , ସୁବାସିସ ପଟ୍ଟନାୟକ , ଦୀପ୍ତି ରଞ୍ଜନ ରାୟ, ଆଇନଜୀବୀ ସ୍ୱଦେଶ ଦାସ , ସ୍ୱର୍ଗତ ବସନ୍ତ ବିଶ୍ୱାଳ ଙ୍କ ଶତାଧିକ ପ୍ରଶଂସକ , ସି.ଏମ.ସି ଅଧିକାରୀ , କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ସଭା ଶେଷରେ ସ୍ୱର୍ଗତ ବସନ୍ତ ବିଶ୍ୱାଳ ଙ୍କ ପଡୋଶୀ ତଥା କର୍ପୋରେଟର ରବିନାରାୟଣ ସାହୁ ଧ୍ୟାନବାଦ ଅର୍ପଣ କରିଥିଲେ.

Share

Leave a Reply