tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସଫେଇ କର୍ମଚାରୀଙ୍କୁ ଘୋଷାଡ଼ି ନେଲା ଥର,ଗୁରୁତ୍ତର

1 min read
  • ଫେରାର ପରେ ଚାଳକ ଗିରଫ

ସମ୍ବଲପୁର,/TATKAL ODISHA//

  • ରିପୋର୍ଟ : ସିଦ୍ଧିପ୍ରଦା ଦାଶ
  • +++++++++++++++

ଜଣେ ସଫେଇ କର୍ମଚାରୀଙ୍କୁ ଧକ୍କା ମାରି କିଭଳି ଅମାନୁଷିକ ଭାବେ ମହିନ୍ଦ୍ରା ଥର ଗାଡ଼ି ଘୋଷାଡ଼ି ଘୋଷାଡ଼ି ନେଇଥିଲା, ତାହା ଯିଏ ଦେଖିଛି ତାର ଲୋମ ଟାଙ୍କୁରୀ ଯାଇଛି I

ଘଟଣାଟି ଘଟିଛି ସମ୍ବଲପୁର ସିନ୍ଦୁରପଙ୍କରେ I ସଫେଇ କର୍ମଚାରୀ ହେଉଛନ୍ତି ପିଙ୍କି I


ସୂଚନାନୁସାରେ, ସିନ୍ଦୂରପଙ୍କ ମୁଖ୍ୟ ରାସ୍ତାରେ ପିଙ୍କି ନିଜର ନିତ୍ୟକର୍ମ ଅନୁସାରେ ଓଳାଉଥିବା ବେଳେ OD 16 K 2022 ନମ୍ବର ବିଶିଷ୍ଟ ଏକ କାର୍ ତାଙ୍କୁ ପଛପଟୁ ଆସି ଧକ୍କା ଦେଇଥିଲା।

ସମ୍ବଲପୁର ସହର ଉପକଣ୍ଠ ସିନ୍ଦୂରପଙ୍କ ଅଞ୍ଚଳରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ସକାଳ ପ୍ରାୟ ୭.୩୦ ମିନିଟ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ରାସ୍ତା ସଫା କରୁଥିବା ଅବସ୍ଥାରେ ଏକ ବେପରୁଆ କାର୍ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ନୂଆପଡ଼ା ଅଞ୍ଚଳର 37 ବାର୍ଷିୟା ପିଙ୍କି ନାୟକ ନାମକ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି।

ଧକ୍କାଟି ଏତେ ଜୋରଦାର ଥିଲା ଯେ ପିଙ୍କିଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେବା ସହ ତାଙ୍କ ବାମ ଗୋଡ଼ର ତିନୋଟି ଆଙ୍ଗୁଠି ସଂପୂର୍ଣ୍ଣ ଭାବେ ବିଚ୍ୟୁତ (Dislocated) ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ସ୍ଥିତ ଭିମସାର (VIMSAR) ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି।


ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ କାର୍ ଚାଳକଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି।

ଗିରଫ ଯୁବକ ଜଣକ ହେଲେ ଐଁଠାପାଲି ଥାନା ଅନ୍ତର୍ଗତ ପ୍ରଧାନପଡ଼ା ଅଞ୍ଚଳର ସୌରଭ କୁମାର ଜେନା (୨୪)। ପୋଲିସ ଗାଡ଼ିଟିକୁ ଜବତ କରିବା ସହ ଅଭିଯୁକ୍ତ ସୌରଭଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Share

Leave a Reply