tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀଗୁରୁଜୀ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଏକ ଦିବସୀୟ ପଞ୍ଚସଖା ପୀଠ ପରିକ୍ରମା

1 min read


ଭୁବନେଶ୍ୱର //TATKAL ODISHA//
ଚଳିତବର୍ଷ ଆସନ୍ତା ଫେବୃଆରୀ ମାସ ୧୯ ତାରିଖରେ (ଗୁରୁବାର) ଶ୍ରୀଗୁରୁଜୀ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ଅନେକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସହ ଓଡିଶାର ପ୍ରସିଦ୍ଧ ପଞ୍ଚସଖା ପୀଠ ପରିଦର୍ଶନ ପାଇଁ ଏକଦିବସୀୟ ପରିକ୍ରମା ଯାତ୍ରା କରୁଛନ୍ତି I

ପ୍ରଥମେ ନେମାଳର ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦଙ୍କ ଗାଦିରୁ ଆରମ୍ଭ ହୋଇ ଯଶୋବନ୍ତ ଦାସ, ଶିଶୁଅନନ୍ତ , ବଳରାମ ଦାସ, ଜଗନ୍ନାଥ ଦାସଙ୍କ ପୀଠରେ ଯାତ୍ରା ସମାପ୍ତ ହେବ I

ନେମାଳରେ ଜଳପାନ, ବାଲିପାଟଣାର ଶିଶୁଅନନ୍ତଙ୍କ ଗାଦିରେ ମଧ୍ୟାହ୍ନ ପ୍ରସାଦ ଓ ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ମହାପ୍ରସାଦ ସେବା ସମସ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି I

  • ସମସ୍ତେ ନିଜେ ନିଜର ବ୍ୟବସ୍ଥାରେ ମିଳିମିଶି (sharing) ଯିବାକୁ ନିବେଦନ .
  • ଯେଉଁ ଶ୍ରଦ୍ଧାଳୁମାନେ ଯୋଗ ଦେବାକୁ ଆଗ୍ରହୀ ଦୟାକରି ଆମକୁ ଫେବୃଆରୀ ୧୦ ତାରିଖ ସୁଦ୍ଧା ଜଣାଇବାକୁ ଅନୁରୋଧ କରୁଛୁ ଯାହାକି ବ୍ୟବସ୍ଥାପକମାନଙ୍କୁ ସଠିକ୍ ରୁପେ ଆୟୋଜନ କରିବାରେ ସାହାଯ୍ୟ କରିବ।
  • ସମସ୍ତେ ନେମାଳରେ ସକାଳ ୬ ଘଟିକାରେ ପହଁଞ୍ଚିବା. ସମୟ ପ୍ରତି ସମସ୍ତେ ଧ୍ୟାନ ଦେବେ I
  • ସମସ୍ତ ସୂଚନା ଆମେ ଆପଣଙ୍କୁ ଗ୍ରୁପ୍ ମାଧ୍ୟମରେ ଅବଗତ କରାଯିବ I

ଆସନ୍ତୁ, ସମସ୍ତେ ମିଳିମିଶି ଶ୍ରୀଗୁରୁଜୀଙ୍କର ଏହି ପବିତ୍ର ଯାତ୍ରାରେ ଯୋଗଦେଇ ଓଡ଼ିଶାର ଭାଷା ,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରରେ ସହଭାଗୀ ହେବା ।

ପ୍ରଣାମ
ଯୋଗା ଯୋଗ : 8895300400

Share

Leave a Reply