ଟାଟା ପାୱାରର ଦୌରାତ୍ମ୍ୟ : ଗ୍ରାହକଙ୍କୁ ଲୁଟୁଛି
1 min read
- କାହିଁକି ନିରବ ଶକ୍ତି ବିଭାଗ?
ଭୁବନେଶ୍ବର,//TATKAL ODISHA//
ଦିନକୁ ଦିନ ଟାଟା ପାୱାରର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି I ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ କରିବାର ଅଭିଯୋଗ ଆସିବା ପରେ ବିବାଦ ତୀବ୍ର ହୋଇଛି।
ସ୍ମାର୍ଟ ମିଟର ହେଉ ଅବା ଆଡ଼ିସିନାଲ ସିକ୍ୟୁରିଟି ଡିପୋଜିଟ୍ ନାମରେ ଲୋକଙ୍କ ଉପରେ ଜୋର୍ଜବରଦସ୍ତ ଲଦି ଦେଉଛି।
ବିଦ୍ୟୁତ୍ ଉପଭୋକ୍ତା ବିଦ୍ୟୁତ୍ ଟାଣିବା ବେଳେ ସିକ୍ୟୁରିଟି ଡିପୋଜିଟ୍ କରିଥିବା ବେଳେ ଏବେ ଟିପିସିଓଡିଲ୍ ଗ୍ରାହକଙ୍କ ପାଖକୁ ଆଡ଼ିସ୍ନାଲ ସିକ୍ୟୁରିଟି ଡିପୋଜିଟ୍ କରିବା ପାଇଁ ଗୋଟିଏ ଗୋଟିଏ ମେସେଜ ପଠାଉଛି।
- ସିକ୍ୟୁରିଟ୍ ଡିପୋଜିଟ୍ ନ କରିଲେ ବିଦ୍ୟୁତ୍ ସଂଯୋଗ କାଟିଦେବାର ଧମକ ଦେବା ସହିତ ୧୫% ହାରରେ ସୂଧ ଆଦାୟ କରିବ ବୋଲି ଧମକ ଦେଉଛି। ଏହା କ’ଣ ସରକାର ଜାଣିପାରୁନାହଁାନ୍ତି ନା ସରକାର ଓ ଟାଟା କମ୍ପାନୀର ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି ଆଗକୁ ଦେଖିବାର ଅଛି।

ସରକାରଙ୍କର ବିନା ଅଗୋଚରରେ ଟାଟା ପାୱାର କିପରି ଏତେ ବଡ଼ ନିଷ୍ପତ୍ତି ନେଉପାରୁଛି ନା ସରକାରଙ୍କର ହାତ ଅଛି ଏ ନେଇ ସରକାର ସ୍ପଷ୍ଟ କରିବା ଉଚିତ୍।
ନଚେତ ସ୍ଥିତି ବିଗିଡିବ, ଆଗାମୀ ଦିନରେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋନ କରିବେ ବୋଲି ଉପଭୋକ୍ତା ସଙ୍ଘ ଚେତାବନୀ ଦେଇଛି।
