୪୦,୦୦୦ କିସ ଛାତ୍ରଛାତ୍ରୀଙ୍କୁ ଶାଲ୍, ସ୍ୱେଟର ବାଣ୍ଟିଲେ ସାମନ୍ତ
1 min read
ଭୁବନେଶ୍ୱର, //TATKAL ODISHA//
ପ୍ରତିବର୍ଷ ଶୀତ ଦିନ ଅବ୍ୟବହିତ ପୂର୍ବରୁ କିସ୍ ଛାତ୍ରଛାତ୍ରୀଙ୍କ ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାଲ୍ ଓ ସ୍ୱେଟର୍ ବ୍ୟବସ୍ଥା କରିଥାନ୍ତି। ଚଳିତବର୍ଷ ଶ୍ରୀ ସାମନ୍ତଙ୍କ ବ୍ୟକ୍ତିଗତ ପ୍ରୟାସରେ ପଞ୍ଜାବର ଲୁଧିଆନାରୁ କିସ୍ ଛାତ୍ରୀଙ୍କ ପାଇଁ ୨୦ ହଜାର ସାଲ୍ ଓ ଛାତ୍ରଙ୍କ ପାଇଁ ୨୦ ହଜାର ସ୍ୱେଟର କିଣାହୋଇ ଆସିଛି।
ଶ୍ରୀ ସାମନ୍ତ ବ୍ୟକ୍ତିଗତ ଭାବେ ବାହାର ରାଜ୍ୟରୁ କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ଶୀତବସ୍ତ୍ର କ୍ରୟ କରି ବଣ୍ଟନ କରିଛନ୍ତି।

କିସ୍ ପରିସରରେ ସେମାନଙ୍କୁ ଏକ ବିରାଟ କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିଲା। ଶାଲ୍ ଓ ସ୍ୱେଟର ପାଇ ଛାତ୍ରଛାତ୍ରୀମାନେ ବେଶ ଖୁସି ଅନୁଭବ କରିଥି।
ଉକ୍ତ କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଅତିରିକ୍ତ କୁଳସଚିବ ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
