tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କାର୍ତ୍ତିକ ବ୍ରତ ଆରମ୍ଭ; ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

1 min read
  • ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
  • ହବିଷ୍ୟାଳି ଶୁଣିବେ ଭଜନ, କୀର୍ତ୍ତନ

ପୁରୀ//TATKAL ODISHA//
କାର୍ତ୍ତିକ ବ୍ରତ ମଂଗଳବାର ଠାରୁ ଆରମ୍ଭ ହୋଇଛି I ତାହା ଏକ ମାସ ଧରି ଚାଲି ନଭେମ୍ବର ୫ରେ ଶେଷ ହେବ। ଫଳରେ ଶ୍ରୀକ୍ଷେତ୍ରରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ହବିଷ୍ୟାଳି ସମାଗମ ହୋଇଛନ୍ତି I

ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି I ୫ଟି ହବିଷ୍ୟାଳୀ କେନ୍ଦ୍ରରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି।

କେନ୍ଦ୍ରଗୁଡ଼ିକରେ ପହଞ୍ଚିବା ପରେ ନାମ ପଞ୍ଜୀକରଣ କରାଯାଉଛି।ହବିଷ୍ୟାଳିଙ୍କ ସୁରକ୍ଷା କଡାକଡି ସହ ମହାପ୍ରଭୁ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ବ୍ୟବସ୍ଥା ହୋଇଛି I ସେହିପରି ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ କରାଯାଇଛି।

Share

ନଜର ପକାନ୍ତୁ

Leave a Reply