୪୮ ଘଣ୍ଟା ପରେ କଟକରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ହଟିଲା
1 min read
କଟକ//TATKAL ODISHA//
ଅଢ଼ଚାଳିଶ ଘଣ୍ଟା ପରେ ସିଲଭର ସିଟି କଟକରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣାକୁ ମଙ୍ଗଳବାର ସଂନ୍ଧ୍ୟାରେ ହଟାଇ ଦିଆଯାଇଛି।
ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ। ସେ କହିଛନ୍ତି ଯେ, ଢେଳାମରାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କଟକ ଅଶାନ୍ତ ହୋଇଥିଲା। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୨୫ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏମାନଙ୍କର ମଧ୍ୟରୁ ୮ ଜଣ ଗୁରୁତର ଥିଲେ। ସୁରକ୍ଷାକୁ ନଜରରେ ରଖି ପୁଲିସ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳର କର୍ଫ୍ୟୁ ଜାରି କରିଥିଲା।
ସେସବୁ ଅଞ୍ଚଳଗୁଡ଼ିକ ଥିଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ। କର୍ଫ୍ୟୁ ବେଳେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିଲା। ମାତ୍ର ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଥିଲା।
ତେବେ ମଙ୍ଗଳବାର ସକାଳୁ କର୍ଫ୍ୟୁ ଉଚ୍ଛେଦ କରାଯାଇଥିଲାବେଳେ ସଂନ୍ଧ୍ୟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣାକୁ ମଙ୍ଗଳବାର ସଂନ୍ଧ୍ୟାରେ ହଟାଇ ଦିଆଯାଇଛି।