tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପିଓକେକୁ ଦିନେ ଫେରାଇ ଆଣିବାକୁ ପଡ଼ିବ : ଭାଗବତ

1 min read

ସତନା(ମଧ୍ୟ ପ୍ରଦେଶ ): //TATKAL ODISHA //

‘ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଆମ ନିଜ ଘରର ଏକ ଅଂଶ I ତାହା ଏବେ ଅଜଣା ଲୋକଙ୍କ ଦ୍ୱାରା ଅଧିକୃତ ହୋଇଛି I କେବଳ ଏକ ଭୂଗୋଳ ନୁହେଁ, ବରଂ ଭାରତ ପାଇଁ ଏକ ଭାବପ୍ରବଣ ପ୍ରସଙ୍ଗ। ତାହାକୁ ଫେରାଇ ଆଣିବାକୁ ପଡିବ I’

   ମଧ୍ୟପ୍ରଦେଶର ସତନାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଏଭଳି ବଡ଼ ବୟାନ ଦେଇଛନ୍ତି I ଯେଉଁ ସମୟରେ ପିଓକେରେ ପାକିସ୍ତାନ ସରକାରଙ୍କ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ଚାଲିଛି I

      ଭାଗବତ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଭାରତ ଗୋଟିଏ ଘର। କିନ୍ତୁ ଆମ ଘରର ଏକ କୋଠରୀ, ଯେଉଁଠାରେ ଆମର ଟେବୁଲ, ଚେୟାର ଏବଂ ପୋଷାକ ରଖାଯାଇଥିଲା, ତାହା କେହି ଜଣେ ଦଖଲ କରିନେଇଛି। ଗୋଟିଏ ଦିନ ଆମକୁ ଏହାକୁ ଫେରାଇ ନେବାକୁ ପଡିବ।” 

Share

Leave a Reply