tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦ୍ୱନ୍ଦ୍ୱରେ ଜେଲେନସ୍କି

1 min read

  • ଦେଲେ ବଡ଼ ବୟାନ, ଯୁଦ୍ଧ ଶେଷ ହେଲେ ପଦ ଛାଡ଼ିବି

କିଭ୍‌(ୟୁକ୍ରେନ):

ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ରାଷ୍ଟ୍ରପତି ପଦ ଛାଡିବି। ମୋର ପ୍ରାଥମିକତା ହେଉଛି ସଂଘର୍ଷକୁ ସମାପ୍ତ କରିବା। ଅନିର୍ଦ୍ଧିଷ୍ଟକାଳ ପାଇଁ ଲଢ଼ିବା ମୋର ଲକ୍ଷ୍ୟ ନୁହେଁ।

ଗଣମାଧ୍ୟମକୁ ଏଭଳି ବଡ଼ ବୟାନ ଦେଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ସେ କହିଛନ୍ତି ଯେ, ୨୦୨୨ରେ ରୁଷର ଆକ୍ରମଣ ପରେ ବିଶ୍ୱସ୍ତରରେ ପ୍ରସିଦ୍ଧି ହାସଲ କରିଥିଲେ ହେଁ ତାଙ୍କୁ ମସ୍କୋ ଜଣେ ସଚ୍ଚୋଟ୍ ନେତା ଭାବରେ ଗ୍ରହଣ କରିନାହିଁ।

ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ଷମତାରେ ରହିବାକୁ ସେ ଚାହୁଁନାହାଁନ୍ତି। ତେଣୁ ଯୁଦ୍ଧ ଶେଷ ହେବା ପରେ ସେ ନିଜ ପଦବୀରୁ ହଟିଯିବେ ବୋଲି ପୁଣି ଥଣେ ଦୋହରାଇଛନ୍ତି।

Share

Leave a Reply