ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ

0

ତାଳଚେର//TATKAL ODISHA//

ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ ଘଟିଛି I ଏଥିଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ I

ମିଳିଥିବା ସୂଚନାନୁସାରେ ଏନଟିପିସି ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି I ତାପରେ ନିଆଁ ଅନ୍ୟ ଆଡ଼େ ବ୍ୟାପିଛି I
-ନିଆଁ ଲିଭାଇବାକୁ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି I
-କୋଇଲାରେ ନିଆଁ ଲାଗିଥିବାରୁ କଣିହାଁ ଅଞ୍ଚଳ ଧୂଆଁମୟ ହୋଇଯାଇଛି I କେହି ମୁତାହତ ହୋଇଥିବା ଖବର ହସ୍ତଗତ ହୋଇନାହିଁ I

Leave A Reply

Your email address will not be published.