ଆସିଲା ଏସଓପି: ଏଣିକି ପାର୍ଟ ପ୍ଲଟ୍ ପଞ୍ଜୀକରଣ ସମ୍ଭବ
1 min read
- ଭୁବନେଶ୍ୱର //TATKAL ODISHA//
ପ୍ରତୀକ୍ଷାର ଅନ୍ତ ଘଟିଛି I ଜମି ବିକ୍ରିର ସରଳୀକରଣ ହୋଇଛି । ଏଣିକି ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇପାରିବ I ମାତ୍ର ଜଳାଶୟ କିସମ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍ ହୋଇ ପାରିବ ନାହିଁ ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି।
ନୂଆ ନିୟମ ଅନୁସାରେ ଏକ ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍ ପରିମାଣର ପାର୍ଟ ପ୍ଲଟ୍ ପଞ୍ଜିକରଣକୁ ଅନୁମତି ମିଳିବ । ଉକ୍ତ ଜମି ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ ।
“ବହୁ ତର୍ଜମା ପରେ ରାଜ୍ୟ ସରକାର SOP ଜାରି କରିଛନ୍ତି… ଏବେ ପାର୍ଟ ପ୍ଲଟ ପଞ୍ଜିକରଣ କରିହେବ.. ମାତ୍ର କିଛି ନିୟମ ମାନିବାକୁ ପଡିବ ”
- ସୁରେଶ ପୂଜାରୀ, ରାଜସ୍ବ ମନ୍ତ୍ରୀ

– ଚାଷ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍ ପଞ୍ଜିକରଣ ସମ୍ଭବପର ।କୃଷିଜମି ପ୍ଲଟ୍ କ୍ଷେତ୍ରରେ ଯଦି ଜମି ଏହାର କୃଷି କିସମ ଶ୍ରେଣୀର ଥାଏ ତେବେ ଉପବିଭାଜନ ଅନୁମତିପ୍ରାପ୍ତ । ଆବେଦନକାରୀଙ୍କୁ ଜମିର କୃଷି କାର୍ଯ୍ୟରେ ବ୍ୟବହାର ଜାରି ରହିବା ନେଇ ଏକ ସ୍ୱ-ଘୋଷଣା (ଫର୍ମ ଡି) ଦାଖଲ କରିବାକୁ ପଡ଼ିବ ।
– ଗ୍ରାମାଞ୍ଚଳରେ ଜଳାଶୟ ଜମିକୁ ଅନୁମତି ମିଳିବ ନାହଁ I ଏହାବ୍ୟତୀତ ଅନ୍ୟ ସମସ୍ତ ପ୍ରକାର କିସମର ଜମି ଲାଗି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍ ପଞ୍ଜିକରଣ ।
– ସହରାଞ୍ଚଳରେ ଟାଉନ୍ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଜମି ପାର୍ଟ ପ୍ଲଟ୍ ପଞ୍ଜିକରଣ ପାଇଁ ଅନୁମତି ନେବାକୁ ପଡିବ I
– ବଂଶନାକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପାର୍ଟ ପ୍ଲଟ୍ ପଞ୍ଜିକରଣ ହୋଇପାରିବ ।