tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଇଏଏସ୍ ସ୍ତରରେ ଅଦଳବଦଳ: କେନ୍ଦ୍ରକୁ ଗଲେ ଶାଳିନୀ

1 min read
  • କେନ୍ଦ୍ରକୁ ଗଲେ ଆଉ ଦୁଇ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର://TATKAL ODISHA//

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏଥିସହ କେନ୍ଦ୍ର ଡେପୁଟେସନରେ ଯାଇଛନ୍ତି ତିନି ବରିଷ୍ଠ ଆଇଏଏସ୍‌। ସେମାନେ ହେଉଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା ଓ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସ୍ୱଧା ଦେବୀ ସିଂହ।


 ଶନିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୧ ବ୍ୟାଚ୍‌ର ଆଇଏଏସ୍ ଶାଳିନୀ ପଣ୍ଡିତ ଅର୍ଥ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଥିବାବେଳେ ୨୦୧୧ ବ୍ୟାଚର ଆଇଏଏସ୍ ସମର୍ଥ ବର୍ମା ଭାରତ ସରକାରଙ୍କ ବନ୍ଦର ବିଭାଗରେ ନିର୍ଦ୍ଦେଶକ ଏବଂ ୨୦୧୪ ବ୍ୟାଚ୍‌ର ଆଇଏଏସ୍ ସ୍ୱଧା ଦେବୀ ସିଂହ କେନ୍ଦ୍ର ସରକାରଙ୍କ ଜନଗଣନା ବିଭାଗରେ ଡିସିଓ ଓ ଆର୍‌ଜିଆଇ ଭାବେ କାର୍ଯ୍ୟ କରିବେ।

  • ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ତଥା ୨୦୦୨ ବ୍ୟାଚ୍‌ର ଆଇଏଏସ୍ ଗିରିଶ ଏସ୍‌ଏନ୍‌ଙ୍କୁ ନିଜ ବିଭାଗ ସହ ମିସନ ଶକ୍ତି ବିଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଛି।
  • ଏନ୍ ଥିରୁମାଲା ନାଏକ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ବଦଳି ହୋଇଥିଲାବେଳେ ମାନସୀ ନିମ୍ବାଲ ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶିକା ଭାବେ ବଳଳି ହୋଇଛନ୍ତି। ସେ ଜଳ ସଂପଦ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
  • ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସୁରେନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଅତିରିକ୍ତ ସଚିବଭାବେ ବଦଳି କରାଯାଇଥିବାବେଳେ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି।
     ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କମିଶନର ଥିବା ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
  • ପ୍ରେମଜିତ୍ ନାୟକ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।
  • ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଓ ସଞ୍ଜୟ ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ବଦଳି କରାଯାଇଛି।
  • ପ୍ରଣତି ଛୋଟରାୟ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ନିବେଦିତା ପୃଷ୍ଟି ବୟନିକାର ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) ନିଯୁକ୍ତ ହୋଇଛନ୍ତି।
Share

Leave a Reply