tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୩୭୯୭ କୋଟିର ଜଳକର ବାକି, ଭଣ୍ଡୁଛନ୍ତି ଶିଳ୍ପସଂସ୍ଥା

1 min read

ଅନୁସନ୍ଧାନ//

ଭୁବନେଶ୍ୱର,//TATKAL ODISHA//


ବିଭିନ୍ନ ନଦୀରୁ ଜଳ ନେଇ କାରଖାନା ପାଇଁ ବ୍ୟବହାର କରିଥିବା ଶିଳ୍ପସଂସ୍ଥାଗୁଡ଼ିକ ଉପରେ ୩୭୯୭ କୋଟି ଟଙ୍କାର ଜଳକର ବାକି ପଡ଼ିଛି। ଅଧିକାଂଶ ଶିଳ୍ପ ସଂସ୍ଥା ତାହା ଦେଉନଥିବାର ଅଭିଯୋଗ ହୋଇଛି।


ସରକାରୀ ରିପୋର୍ଟରୁ ଜଣାପଡ଼ିଛି ଯେ, ଓଡ଼ିିଶାରେ ଅବବାହିକାରେ ମୁଖ୍ୟତଃ ୧୧ଟି ନଦୀ ପ୍ରବାହିତ ହେଉଥିବାବେଳେ ଏଥିରେ ୭୫ ପ୍ରତିଶତ ନିର୍ଭରଯୋଗ୍ୟ ଜଳ ଅମଳ ଅନୁସାରେ ପ୍ରାୟ ୯୩,୪୧୬ ଏମସିଏମ ଆକଳନ କରାଯାଇଛି । ଏହିସବୁ ନଦୀ ଅବବାହିକାରେ ଥିବା ପ୍ରମୁଖ ନଦୀରୁ ଚାଷ ପାଇଁ ୨୪,୧୪୫ ଏମସିଏମ୍ ଜଳ ବ୍ୟବହାର କରାଯାଉଛି। ୫୦ଗୋଟି ସଂସ୍ଥା ମହାନଦୀରୁ ଜଳ ନେଉଛନ୍ତି। ଏମାନେ ନେଉଥିବା ପ୍ରାୟ ୫୦୦ କ୍ୟୁସେକ୍ ଜଳ ମଧ୍ୟରୁ ୪୪୬ କ୍ୟୁସେକ୍ ଜଳ ବ୍ୟବହାର କରୁଛନ୍ତି। ତେବେ ଜଳ ନେଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ କେତେକଙ୍କ ଉପରେ ୯୬୨ କୋଟି ୭୮ ଲକ୍ଷ ଟଙ୍କାର ଜଳକର ବାକି ପଡ଼ିଛି।


ମହାନଦୀରୁ ଜଳ ନେଇ ବାକିଆ ଗଡୁଥିବା ସଂସ୍ଥା ମଧ୍ୟରେ ସମ୍ବଲପୁର ସ୍ଥିତ ଭୂଷଣ ପାୱାର ଓ ଷ୍ଟିଲ ଉପରେ ୨୪୪ କୋଟି ଟଙ୍କା ଥିବାବେଳେ, ପାରାଦୀପ ଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଉପରେ ୧୦୮ କୋଟି, ଝାରସୁଗୁଡାରେ ଥିବା ଓପିଜିସି ଉପରେ ୨୫ କୋଟି, ପିପିଏଲ୍ ଉପରେ ୪୫ କୋଟି, ସମ୍ବଲପୁର ଠାରେ ଥିବା ଭିରାଜ ଷ୍ଟିଲ୍ ଉପରେ ୯୮ କୋଟି, ଝାରସୁଗୁଡାର ବି ଆର ଷ୍ଟିଲ ଆଣ୍ଡ ପାୱାର ୨୨ କୋଟି ଟଙ୍କାର ଜଳକର ବାକି ରଖିଛି।


ସେହିଭଳି ବୈତରଣୀରୁ ଜଳ ନେଇଥିବା ୧୭ଟି କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀ ଉପରେ ୧ କୋଟିରୁ ସାମାନ୍ୟ ଅଧିକ ଜଳକର ଥିବାବେଳେ ବ୍ରାହ୍ମଣୀରୁ ପାଣି ନେଇଥିବା ୪୯ଟି ମଧ୍ୟରୁ ଅଧିକାଂଶ ଜଳକର ବାକି ରଖିଛନ୍ତି । ସେମାନଙ୍କ ଉପରେ ୮୨୨ କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡିଛି । ଇନ୍ଦ୍ରାବତୀରୁ ଜଳ ନେଇଥିବା ଦୁଇଟି କମ୍ପାନୀ ଉପରେ ୯ କୋଟି ଟଙ୍କାର ଜଳକର ବାକିଆ ଥିବାବେଳେ କୋଲାବରୁ ଜଳ ନେଇଥିବା କମ୍ପାନୀ ଉପରେ ୧୫୦୯ କୋଟି, ନାଗାବଳୀରୁ ଜଳ ନେଇଥିବା କମ୍ପାନୀ ଉପରେ ୪୯୦ କୋଟି, ଋଷିକୂଲ୍ୟାରୁ ଜଳ ନେଇଥିବା କମ୍ପାନୀ ଉପରେ ୨କୋଟିରୁ ଅଧିକ ବାକିଆ ଗଡୁଛି।

Share

Leave a Reply