ଶଙ୍ଖ ଛାଡ଼ିଲେ ବରିଷ୍ଠ ନେତା ସନ୍ତୋଷ ଅମାତ୍, କଣ ହୋଇପାରେ କାରଣ?
ଭୁବନେଶ୍ୱର,//TATKAL ODISHA//
ସୁନ୍ଦରଗଡ଼ ରାଜନୀତିରେ ଦବଦବା ଥିବା ବରିଷ୍ଠ ନେତା ସନ୍ତୋଷ ଅମାତ୍ ଶଙ୍ଖ ଛାଡ଼ିଛନ୍ତି ।
ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ତାଙ୍କ ଟ୍ୱିଟର୍ (ଏକ୍ସ)ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଦେଇ ଜଣାଇଛନ୍ତି ।
ଇସ୍ତଫାର କାରଣ କଣ ହୋଇପାରେ?
- ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ ହେଁ ସୁନ୍ଦରଗଡ଼ ଲୋକସଭା ବା ବିଧାନସଭାରେ ତାଙ୍କୁ ଦଳୀୟ ଟିକେଟ ନମିଳିବା କାରଣକୁ ନେଇ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି ।
- ଓଡ଼ିଶା ପ୍ରାଶାସନିକ ସେବାରୁ ରାଜନୀତିକୁ ଆସିଥିବା ସଂତୋଷ ଅମାତ୍ ୨୦୧୪ରେ ବିଜେପିରୁ ତଳସରା ବିଧାନସଭା କ୍ଷେତ୍ରରେ ଲଢ଼ି କଂଗ୍ରେସର ଡ.ପ୍ରଫୁଲ୍ଲ ମାଝିଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୧୭ ମାର୍ଚ୍ଚରେ ସେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳର ପ୍ରବକ୍ତା ବି ହୋଇଥିଲେ ।
- ସେହି ୨୦୧୭ରେ ପ୍ରତିଷ୍ଠିତ ହୋଇଥିବା ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସ୍ଡିସି)ର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ ମଳିଥିଲା । ୨୦୧୮ରେ ତାଙ୍କୁ ହଠାତ୍ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଦଳ ତରଫରୁ ନିର୍ଦ୍ଦେଶ ଦିଆଥିଲା । ଦଳ ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଲା । ମାତ୍ର ଦଳ ତାଙ୍କୁ ଟିକେଟ୍ ନଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବଡ଼ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କଲା । ହେଲେ ଦଳ ଫେଲ ମାରିଲା ।
- ସନ୍ତୋଷ ଏଥିରେ କ୍ଷୁବ୍ଧ ହୋଇଥିଲେ ହେଁ ଦଳ ଛାଡ଼ି ନଥିଲେ । ଏବେ ପୁଣି ତାଙ୍କୁ ଦଳ ଉପେକ୍ଷା କରିବାରୁ ସେ ବାଧ୍ୟହୋଇ ଶଙ୍ଖସହ ସମ୍ପର୍କ ତୁଟାଇଛନ୍ତି ।