ମହିଳା କ୍ରିକେଟ ଟିମ ବି ପାକିସ୍ତାନକୁ ଧୂଳି ଚଟାଇଲା
1 min read
କଲମ୍ବୋ://TATKAL ODISHA//
କଲମ୍ବୋସ୍ଥିତ ଆର ପ୍ରେମ୍ଦାସା ଷ୍ଟାଡିୟମରେ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମହିଳା କ୍ରିକେଟ୍ ବିଶ୍ବକପ୍-୨୦୨୫ରେ ଭାରତୀୟ ମହିଳା ଟିମ୍ ନିଜର ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ହରାଇଛି।
“ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ”

ଉକ୍ତ ମ୍ୟାଚ୍ରେ ଭାରତ ବ୍ୟାଟିଂ ଆରମ୍ଭ କରି ପାକିସ୍ତାନକୁ ୨୪୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା।
ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଷ୍ଟାର କ୍ରିକେଟର ହର୍ଲିନ ଦେଓଲ ୬୫ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟି ଛକା ସହାୟତାରେ ୪୬ ରନ୍ ସଂଗ୍ରହ କରିଥିଲେ। ହରମନପ୍ରୀତ କୌର ୧୯ ରନ୍, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍ ରାଣା ୨୦ ରନ୍ ଓ ରିଚା ଘୋଷ ଅପରାଜିତ ୩୫ ରନ୍ ସଂଗ୍ରହ କରିଥିଲେ।
ପରେ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ଖେଳ ଜାରି ରଖିଥିଲା I ହେଲେ ସଫଳ ହୋଇ ନାହିଁ I