ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା: ତଦନ୍ତ କରିବ ଜାତୀୟ ଅନୁସୂଚିତ ଜାତି ଆୟୋଗ
1 min read
କୋଲକାତା, ଭୁବନେଶ୍ୱର//TATKAL ODISHA//
ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାର ଭିନ୍ନ ମୋଡ଼ ନେଇଛି I ଏହି ଘଟଣାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ଗୁରୁତ୍ତର ସହ ନେଇଛନ୍ତି I
ଖୁବଶୀଘ୍ର ଆୟୋଗର କୋଲକାତାସ୍ଥ ଆଞ୍ଚଳିକ କାର୍ଯ୍ୟାଳୟର ଏକ ଉଚ୍ଚାସ୍ତରୀୟ ଟିମ ଦୁର୍ଗାପୁର ହସ୍ପିଟାଲ ଯାଇ ପୀଡ଼ିତାଙ୍କୁ ଭେଟି ସବିଶେଷ ତଥ୍ୟ ସଂଗ୍ରହ କରିବ I ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ I
ମିଳିଥିବା ସୂଚାନୁସାରେ ପୀଡ଼ିତା ଜଣେ ଅନୁସୂଚିତ ଜାତି ବର୍ଗର ବୋଲି ଆୟୋଗ ପ୍ରାରମ୍ଭିକ ରିପୋର୍ଟରୁ ଜାଣିପାରିଛନ୍ତି I ତାଙ୍କ ଘର ଓଡ଼ିଶାର ଜଳେଶ୍ୱର ଇଲାକାରେ I
ତାଙ୍କୁ କେମିତି ଉଚିତ ନ୍ୟାୟ ମିଳିବ ସେନେଇ ଆୟୋଗ ତତ୍ପର ହୋଇ ଉଠିଛନ୍ତି I
ତଦନ୍ତ ରିପୋର୍ଟ ପରେ ପୀଡ଼ିତାଙ୍କୁ ସରକାରୀ ନିୟମାନୁସାରେ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ସହ ‘ଆଟ୍ରୋସିଟି ସିଟି’ ମାମଲା ଦାୟର ହେବ I ଓଡ଼ିଶା ସରକାରଙ୍କ ଏସସିଏସଟି ବିଭାଗ ଆୟୋଗଙ୍କୁ ସମସ୍ତ ସହଯୋଗ କରୁଥିବା ଜଣା ପଡିଛି I