tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦ୍ୱିତୀୟ କ୍ରିକେଟ ଟେଷ୍ଟ : ଭଲ ସ୍ଥିତିରେ ଭାରତ

1 min read
  • ଜୟୱାଲ ମାରିଲେ ଶତକ

ନୂଆଦିଲ୍ଲୀ //TATKAL ODISHA //

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା 318ରନ କରି ଭଲ ସ୍ଥିତିରେ ରହିଛି ।

ଜୈସୱାଲ ୧୭୩ ଓ ଶୁଭମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଶସ୍ୱୀଙ୍କ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୨୦୨୩ରେ ଯଶସ୍ୱୀ ୧୭୧ ରନ କରିଥିଲେ ।

ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । କେଏଲ ରାହୁଲ ଓ ଯଶସ୍ୱୀ ପ୍ରଥମ ୱିକେଟରେ ୫୮ ରନ ଯୋଗ କରିଥିଲେ l ରାହୁଲ ୩୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସାଈ ସୁଦର୍ଶନ ଓ ଯଶସ୍ୱୀ ଦ୍ୱିତୀୟ ୱିକେଟରେ ୧୯୩ ରନ ଯୋଗ କରିଥିଲେ । ସୁଦର୍ଶନ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୮୭ ରନ କରି ଆଉଟ ହୋଇଥିଲେ ।

ୱେଷ୍ଟଇଣ୍ଡିଜର ସ୍ପିନର ଜୋମେଲ ୱାରିକେନ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Share

Leave a Reply