ଚୀନ ଉପରେ ଟ୍ରମ୍ପଙ୍କ ୧୦୦% ଶୁଳ୍କ ଲାଗୁ ପରେ ଅଧିକାଂଶ ରାଷ୍ଟ୍ରଙ୍କ ନାପସନ୍ଦ
1 min read
ୱାସିଂଟନ:,//TATKAL ODISHA//
ଭାରତ ପରେ ଚୀନର ପାଳି I
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ସମସ୍ତ ଆମଦାନି ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି।
ଅର୍ଥାତ ଶୁଳ୍କ ହାର ଏବେ ୧୩୦ ପ୍ରତିଶତ ହୋଇଛି I
ସେହିପରି ଆମେରିକାରେ ନିର୍ମାଣ ହେଉଥିବା ଗୁରୁତ୍ବପୂର୍ଣ୍ଣ ସଫ୍ଟୱେର ଚୀନକୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକାରୀ ହେବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି I ଏହି ପ୍ରସଙ୍ଗ କେବଳ ଆମେରିକା ନୁହେଁ, ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି I ଅଧିକାଂଶ ରାଷ୍ଟ୍ର ଟ୍ରମ୍ପଙ୍କ ଅପରିପକ୍ଵ ନୀତିକୁ ନାପସନ୍ଦ କରିବା ସହ ଭବିଷ୍ୟତରେ ଆମେରିକା କ୍ଷତି ସହିବ ବୋଲି ଚେତାବନୀ ଦେଇଛନ୍ତି I