tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କଟକ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବୁଲା ଗାଈଗୋରୁ!

1 min read

କଟକ //TATKAL ODISHA //

କଟକ ସହରର ବିଭିନ୍ନ ଗଳିକନ୍ଦି ରାସ୍ତାରେ ବୁଲା ଗାଈ ଗୋରୁ ଏଣେତେଣେ ବୁଲୁଛନ୍ତି l ଏମାନଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାଆଜିକାଲିରେ ଲାଗିଛି l ଯାହା ଦ୍ୱାରା ଟ୍ରାଫିକ ସମସ୍ୟା ଦେଖା ଦେବା ସହ ଯିବା ଆସିବା ମଧ୍ୟ କଷ୍ଟକର ହୋଇ ପଡିଛି l

ଯେମିତି ବୁଲା ଗାଈ ଗୋରୁ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ରହିଛନ୍ତି I

ବିଶେଷ କରି ରାତିରେ ଏମାନେ ରାସ୍ତାରେ ଶୋଇ ରହୁଥିବାରୁ ସାଧାରଣ ଲୋକ ନହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I

ସହରର ବାଦାମବାଡ଼ି, ପିଠାପୁର, ଝାଞ୍ଜି ମଙ୍ଗଳା, ଦେଉଳସାହି, ତୁଳସୀପୁର, ମହାନଦୀବିହାର, ନୂଆବଜାର, ପୋତାପୋଖରୀ, ବିଦ୍ୟାଧରପୁର, ଗତିରାଉତପାଟଣା, ଶିଖରପୁର, ଯୋବ୍ରା, ନୂଆପଡା, ଷ୍ଟେସନ ବଜାର, ମାଲଗୋଦାମ, ଛତ୍ରବଜାର ଓ ସିଡିଏ ଆଦି ଅଞ୍ଚଳ ର ବିଭିନ୍ନ ରାସ୍ତାରେ ବୁଲା ଷଣ୍ଢ ଓ ଗାଈଙ୍କ ସଂଖ୍ୟା ବଢ଼ି ଚାଲିଛି l ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

“ଗୋଟିଏ ସ୍ଥାନରେ ବୁଲାଗୋରୁ ଓ ଷଣ୍ଢ ଏକାଠି ହେଉଥିବାରୁ ପରସ୍ପର ମଧ୍ୟ୍ୟରେ ଲଢେଇ ମଧ୍ୟ ହେଉଛି”

ଷଣ୍ଢ ଆକ୍ରମଣ ଯୋଗୁଁ ଅନେକ ଆହତ ହୋଇଥିବାର ଦେଖାଯାଉଛି l ଦିନ ଅପେକ୍ଷା ରାତିରେ ଏମାନଙ୍କ ଦୌରାତ୍ମ୍ୟ ଅଧିକ ବୃଦ୍ଧି ପାଉଛି l

କଟକ ମହାନିଗମ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି l

Share

Leave a Reply