କର୍ଣ୍ଣାଟକରେ 14 ଦିନିଆ ‘ଲକଡାଉନ’

0
  • ମଙ୍ଗଳବାରରୁ ଲାଗୁ

ବେଙ୍ଗାଲୁରୁ //ତତ୍କାଳ ଓଡିଶା//:

କରୋନା ସଂକ୍ରମଣ ହୁ ହୁ ହୋଇ ମାଡି ଚାଲିଥିବାରୁ କର୍ଣ୍ଣାଟକ ସରକାର ବାଧ୍ୟ ହୋଇ ସାରା ରାଜ୍ୟରେ “ଲକଡାଉନ” ଘୋଷଣା କରିଛନ୍ତି I ମଙ୍ଗଳବାର ଠାରୁ ଆସନ୍ତା ଦୁଇ ସପ୍ତାହ ଯାଏ ତାହା ଲାଗୁ ହେବ I ଅତ୍ୟାବଶ୍ୟକ ସେବା ଜାରି ରହିବ I ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ବି ବଲବତ୍ତର ରହିବ।

ସୋମବାର କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା ତାହା ଘେଷଣା କରିଛନ୍ତି।ସେ କହିଛନ୍ତି, ୧୪ ଦିନ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ ହେବ। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଅପେକ୍ଷା ସ୍ଥିତି ଖରାପ ରହିଛି।”

Leave A Reply

Your email address will not be published.