ରାଜ୍ୟରେ କେବଳ ବ୍ରିଟେନର କୋଭିଡ ଭାରିଏଣ୍ଟ

0

ଭୁବନେଶ୍ୱର //ତତ୍କାଳ ଓଡିଶା //


 

ତିନୋଟି ନୂଆ ମ୍ୟୁଟାଣ୍ଟ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି କରୁଛି I ଓଡିଶାରେ ବ୍ରାଜିଲ ଓ  ଦକ୍ଷିଣ ଆଫ୍ରିକାର କୌଣସି ମ୍ୟୁଟାଣ୍ଟ ନାହିଁ I  ପଞ୍ଜାବ ଓ  ମହାରାଷ୍ଟ୍ରରେ ଥିବା ମ୍ୟୁଟାଣ୍ଟ ନାହିଁ I  ରାଜ୍ୟରେ କେବଳ ବ୍ରିଟେନର କୋଭିଡ ଭାରିଏଣ୍ଟ ରହିଛି।

ମଙ୍ଗଳବାର ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ନିର୍ଦ୍ଦେଶକ ଅଜୟ ପରିଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ଛତିଶଗଡ ଯୋଗୁଁ  ଓଡିଶାରେ କରୋନା ସଂକ୍ରମଣ ବଢୁଛି Iସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବାରୁ ଏଭଳି ସ୍ଥିତି ହେଉଛି। ସେହିପରି  କୋଭିଡ ହଟସ୍ପଟ୍ ରାଜ୍ୟରୁ ଓଡିଶାକୁ ଫେରୁଥିବା ଲୋକମାନେ ମଧ୍ୟ ସଂକ୍ରମଣ ବୃଦ୍ଧିର କାରଣ” I ତେବେ ତିନୋଟି ନୂଆ ମ୍ୟୁଟାଣ୍ଟ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି କରୁଥିବା ବେଳେ  ଲୋକଙ୍କୁ କଡାକଡି କରୋନା କଟକଣା ପାଳନ କରିବାକୁ ଶ୍ରୀ ପରିଡା ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.