ରାଜଧାନୀରେ ଅଟୋ ଭଡା ମାହାଙ୍ଗା

0
  • ଅଟୋରିକ୍ସା ମହାସଂଘର ନିଷ୍ପତ୍ତି
  • ୩ କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା

ଭୁବନେଶ୍ୱର //ତତ୍କାଳ ଓଡିଶା//

ରାଜଧାନୀରେ ବଢ଼ିଲା ଅଟୋରିକ୍ସା ଭଡ଼ା I ଏଣିକି ୩ କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଦେବାକୁ ହେବ I ଯଦି ତା’ଠାରୁ ଅଧିକଯିବାକୁ ପଡେ ତାହାଲେ କିଲୋମିଟର ପିଛା ୧୦ ଟଙ୍କା ଅଧିକ ଦେବାକୁ ପଡିବ I ରାଜଧାନୀ ଅଟୋ ମହାସଂଘ ଏହି ବର୍ଦ୍ଧିତ ଦର ଧାର୍ଯ୍ୟ କରିଛି I

ଅଟୋ

ମହାସଂଘର ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ କହିଥିଲେ, ରିଜର୍ଭେସନ୍ ପାଇଁ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଧାର୍ଯ୍ୟ ହୋଇଛି I ଯାତ୍ରୀ ତା’ଠାରୁ ଅଧିକ ଗଲେ ଏକ କିଲୋମିଟର ପାଇଁ ୧୫ ଟଙ୍କା ଦେବାକୁ ପଡିବ I ଏହି ବର୍ଦ୍ଧିତ ଦର ତେଲ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆ ଯାଇଛି I ତେବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ଲିଖିତ ଭାବେ ଜଣାଇ ଦିଆଯିବ ବୋଲି ରାଜଧାନୀ ଅଟୋରିକ୍ସା ମହାସଂଘ ସ୍ପଷ୍ଟ କରିଛି I

Leave A Reply

Your email address will not be published.