ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା

0

*ରାଞ୍ଚି, ଭୁବନେଶ୍ୱର//ତତ୍କାଳ ଓଡିଶା//*

ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା ହୋଇଥିବା ଜଣାପଡିଛି I ତାଙ୍କର ଆରଟି -ପିସିଆର ପରୀକ୍ଷା ରିପୋର୍ଟ ଆସିବା ପରେ ପଜିଟିଭ ଥିବା ଝାଡ଼ଖଣ୍ଡ ରାଜଭବନ ପକ୍ଷରୁ କୁହାଯାଇଛି I
ଏବେ ରାଜଭବନରେ କ୍ୱାରେଣ୍ଟିନରେ ଅଛନ୍ତି I ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କର ରକ୍ତ ନମୁନା ଓ ସ୍ୱାବ ପରୀକ୍ଷା ହୋଇଛି I ଏବେ ରାଜ୍ୟପାଳ ଚିକିତ୍ସାଧୀନ ଅଛନ୍ତି I ଡାକ୍ତରଙ୍କ କହିବାନୁସାରେ ସେ ସୁସ୍ଥ ଅଛନ୍ତି I

Leave A Reply

Your email address will not be published.