କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ : ପିପିଲି ଉପନିର୍ବାଚନ ସ୍ଥଗିତ

0

ଭୁବନେଶ୍ୱର//ତତ୍କାଳଓଡିଶା//

  କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଛନ୍ତି। ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା । ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିଲା । ହେଲେ ମତଦାନର ତିନି ଦିନ ପୂର୍ବରୁ ଅଜିତଙ୍କର ଦେହାନ୍ତ ହେବା ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି I ରାଜ୍ୟ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି I ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

  କରୋନାରେ ଆକ୍ରାନ୍ତ ହୋଇ ଅଜିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ I ଗତ ଏପ୍ରିଲ ୧୦ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ I ବୁଧବାର ତାଙ୍କର ପରଲୋକ ଘଟିଛି । ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ କଂଗ୍ରେସ ନେତା ଓ କର୍ମୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.