ରାଜଧାନୀରେ 2024 ସୁଦ୍ଧା କ୍ୟାନସର ହସ୍ପିଟାଲ :କ୍ୟାବିନେଟ ମୋହର

0

ଭୁବନେଶ୍ୱର //ତତ୍କାଳ ଓଡିଶା//

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ I ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମିଳିଛି ମଂଜୁରୀ I ୨୦୨୪ ସୁଦ୍ଧା ଏହି ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ I     ସୋମବାର ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ I  ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ  ଅଧ୍ୟକ୍ଷତା କରିଥିଲେ I ୯ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, 

1. ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ* ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ* ୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ*  ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨୧୦ କୋଟି ଅନୁାଦନ ଦେବାକୁ ପ୍ରତିଶ୍ରୁତି* କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ପ୍ରଦାନ କରିବେ* ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ
2. ଏସସି/ଏସଟି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଅନ୍ୱେଷା ଯୋଜନାର ଅବଧିକୁ ବୃଦ୍ଧି* ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ*  ଆଗାମୀ ୫ ବର୍ଷ ଯାଏଁ ଏହି ଯୋଜନାକୁ ଚାଲୁ ରଖିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି

3.  ଓଏସଜେଏସ ଏବଂ ଓଜେଏସ ନିୟମାବଳୀ ସଂଶୋଧନକୁ ମଂଜୁରୀ

4. ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ* ଏଥିପାଇଁ ୫ ବର୍ଷରେ ୫୬୯.୯୦ କୋଟି ଟଙ୍କା ବ୍ୟୟ ଅଟକଳ

5.  ଓଡ଼ିଶା ମଙ୍ଗଳ ସେବା(ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ)ର ସଂଶୋଧନ

Leave A Reply

Your email address will not be published.