ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ: ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

0

  • ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଣ୍ଟ ଥିଲେ ଡା. ହରେକୃଷ୍ଣ ମହତାବ: ମୋଦୀ 

ନୂଆଦିଲ୍ଲୀ, ଭୁବନେଶ୍ୱର //ତତ୍କାଳ ଓଡ଼ିଶା//

 ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଭାରତର ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଣ୍ଟ ଥିଲେ । ସେ ସ୍ୱାଧୀନତା ପାଇଁ ଓ ସ୍ୱାଧୀନତା ପରେ ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ ଉଭୟ ଥର ଜେଲ୍ ଯାଇଥିଲେ ।


  ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାର ସ୍ୱର୍ଗତ ଡ଼. ହେରକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ େଉନ୍ମାଚନ କରି ନବ ଉତ୍କଳର ନିର୍ମାତା ବୋଲି ପ୍ରଧାନମନ୍ତ୍ରୀ ଅବିହିତ କରିଥିଲେ । ମହତାବଙ୍କ ଦ୍ୱାରା ଲିଖିତ ଇତିହାସକୁ ବ୍ୟାପକ ଭାବେ ପଢ଼ିବାର ଆବଶ୍ୟକତା ରହିଛି । ଇତିହାସ କେବଳ ଅତୀତର ଘଟଣାବଳୀକୁ ଅନୁଧ୍ୟାନ କରିବା ନେୁହଁ, ଭବିଷ୍ୟତର ଆଇନା । ‘ଓଡ଼ିଶା ଇତିହାସ’ ପଢ଼ିବା ମାନେ ଓଡ଼ିଶାକୁ ଜାଣିବା । ଓଡ଼ିଶା ଆମ ଦେଶର ସାଂସ୍କୃତିକ ବିବିଧତାର ସମ୍ପୂର୍ଣ୍ଣ ଚିତ୍ର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମତ ଦେଇଥିଲେ ।
 ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଡ.ମହତାବଙ୍କ ରଚିତ ଓଡିଶାର ଇତିହାସର ହିନ୍ଦୀ ସଂସ୍କରଣ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହେବା ଡ.ମହତାବଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱ ଓ ତାଙ୍କର କାର୍ଯ୍ୟ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି । ଆଜିର ଦିବସ ଓଡ଼ିଶାର ସାମାଜିକ ଜୀବନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ନୂଆ ପରିଚୟ ହୋଇ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଥିଲେ ।
 ଅନ୍ୟମାନଙ୍କ ମଧ୍ୟରେ ଡ.ମହତାବଙ୍କ ସୁପୁତ୍ର ତଥା ସାଂସଦ ଭର୍ତ୍ତୃହରୀ ମହାତାବ ପ୍ରମୁଖ ଉପସ୍ଥିତ ଥିଲେ । ଟେକ୍ନୋଲାଜି ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ବୁଦ୍ଧିଜିବୀ ।

ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରୀ ମହତାବ

Leave A Reply

Your email address will not be published.