କୋଭିଡ କଟକଣା : ସରକାରୀ ଅଫିସ ପ୍ରବେଶ ମନା

0

* କଟକ-ଭୁବନେଶ୍ୱର ସହ ଜିଲ୍ଲା ଅଫିସ ପାଇଁ ନିୟମ ଲାଗୁ

 * ସାଧାରଣ ପ୍ରଶାସନ ବିଭାଗ ପାଖରୁ ନିର୍ଦେଶନାମା ପ୍ରକାଶ

 ଭୁବନେଶ୍ୱର //ତତ୍କାଳ ଓଡିଶା //

କରୋନାର ଦ୍ଵିତୀୟ ଲହର ଆହୁରି ଭୟାନକ ହେବାରେ ଲାଗିଛି I  ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ଯୋଗୁଁ ରାଜ୍ୟ ସରକାର ସବୁ  ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି I  ଜାରି ହୋଇଥିବା ନିର୍ଦ୍ଦେଶନାମାରେ କେବଳ କଟକ ଓ ଭୁବନେଶ୍ୱରରେ ଥିବା ରାଜ୍ୟ ସ୍ତରୀୟ ଅଫିସ ନୁହେଁ, ଜିଲ୍ଲା ସ୍ତର ଅଫିସରେ କୋଭିଡ୍ କଟକଣା ଲାଗୁ ହେବ I 


ଦେଖନ୍ତୁ.. କଣ ରହିବ କଟକଣା? 

1.  ସରକାରୀ ଅଫିସରେ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । 

 2. କେବଳ ଅତ୍ୟନ୍ତ ଜରୁରୀ କାମରେ ଉଚ୍ଚକତୃପକ୍ଷଙ୍କ ଅନୁମତି କ୍ରମେ ସରକାରୀ ଅଫିସକୁ ଯିବା ପାଇଁ ଅନୁମତି ମିଳିବ। 

3. ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ପାଇଁ ସେମାନେ ଇ- ଅଭିଯୋଗ ପୋର୍ଟାଲକୁ ଉପଯୋଗ କରିପାରିବେ।

4. ଅଫିସଗୁଡ଼ିକରେ କୌଣସି ବୈଠକବେଳେ ସର୍ବନିମ୍ନ ୨ ମିଟର ଦୂରଦ ବଜାୟ ରବକୁ ନିର୍ଦ୍ଦେଶ ଦିଆଯାଇଛି । 

5. ଅନଲାଇନରେ ବୈଠକ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । 

Leave A Reply

Your email address will not be published.