କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ : ମିତ୍ତଲ ସହ ଏମଓୟୁ

0
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିତ୍ତଲ ଅଧ୍ୟକ୍ଷ ଏଲ ଏନ ମିତ୍ତଲଙ୍କ ଉପସ୍ଥିତ ଥିଲେ
  • 12 ନିୟୁତ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ହେବ
  • 50,000 କୋଟି ବ୍ୟୟ କରିବ କମ୍ପାନୀ

ଭୁବନେଶ୍ୱର//ତତ୍କାଳ ଓଡିଶା//

ଶିଳ୍ପ ନ ଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଷ୍ଟିଲ ପ୍ଲାଣ୍ଟ I ଗୁରୁବାର 12 ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା (ଏମଓୟୁ) ସ୍ଵାକ୍ଷର କରିଛି ଆର୍ସେଲର ମିତ୍ତଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିତ୍ତଲ ଅଧ୍ୟକ୍ଷ ଏଲ ଏନ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି I

ଏମଓୟୁ ସ୍ଵାକ୍ଷର ପରେ ଲଷ୍ମୀ ମିତ୍ତଲ ଗଣମାଧ୍ୟମକୁ କହିଥିଲେ, କେନ୍ଦ୍ରାପଡ଼ାରେ ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ୫୦ ହଜାର କୋଟି ବ୍ୟୟ ହେବ । ବର୍ଷକୁ ୧୨ ମିଲିୟନ ଟନ୍‌ ଷ୍ଟିଲ୍ ଉତ୍ପାଦନର ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.