ଟୀକା ନେଲେ, ଅନ୍ୟମାନଙ୍କୁ ନେବାକୁ ଅପିଲ କଲେ

0

ଭୁବନେଶ୍ୱର //ତତ୍କାଳ ଓଡିଶା//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କରୋନା ଟିକା କୋଭାକ୍ସିନ ନେଇଛନ୍ତି । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିରାପଦ ପାଇଁ ସମସ୍ତେ ଟୀକା ନିଅନ୍ତୁ। କୌଣସି ଅସୁବିଧା ନାହିଁ I 

ତାଙ୍କ ବ୍ୟତୀତ ଆଉ କୋଡିଏ ବରିଷ୍ଠ ବିଧାୟକ ମଧ୍ୟ କରୋନା ଟୀକା ନେଇ ବି ନେଇଛନ୍ତି।

   ସୋମବାର ବିଧାନସଭାଡିସ୍ପେନ୍ସାରୀରେ ଟୀକାକରଣ ହୋଇଥିଲା I

ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକରଣ କରିଛନ୍ତି I  ଆଗୁଆ ପଞ୍ଜିକରଣ କରି ନଥିଲେ ଅନ୍ ସ୍ପଟ ରେଜିଷ୍ଟ୍ରେସନ୍ କରିବାର ବ୍ୟବସ୍ଥା ହୋଇଛି I  ୬୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ  ଟିକା ଦିଆଯାଉଛି। ସରକାରୀ ସେଣ୍ଟରରେ ମାଗଣାରେ ଟୀକା ଦିଆଯାଉଛି। ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ I

 

Leave A Reply

Your email address will not be published.