ବିନା ସର୍ଭିସ ରୋଡରେ କଟକ-ପୁରୀ ବାଇପାସ :ବଢୁଛି ଦୁର୍ଘଟଣା
ଭୁବନେଶ୍ୱର, //ତତ୍କାଳ ଓଡିଶା//
ବହୁଚର୍ଚିତ ଓ ବହୁପ୍ରତୀକ୍ଷିତ ପୁରୀ-ଭୁବନେଶ୍ୱର ବାଇପାସ୍ର ନୂଆ ଆଲୋକୀକରଣ ପରେ ଝଲସିଲା I ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ଲୋକେ ଏହି ପଦକ୍ଷେପକୁ ଖୁବ ପସନ୍ଦ କଲେ I ହେଲେ ଏହି ବାଇପାସରେ “ସର୍ଭିସ ରୋଡ” ନ ଥିବାରୁ ମୁଖ୍ୟ ରାସ୍ତା ଉପରେ ଚାପ ପଡୁଛି I ଦିନକୁ ଦିନ ଦୁର୍ଘଟଣା ବଢୁଛି I ଏହି ମାସ ଭିତରେ ପ୍ରାୟ 5ଟି ବଡ଼ ଦୁର୍ଘଟଣା ଘଟିଛି I ବିଶେଷକରି ସାଇ ମନ୍ଦିର ଛକ, ଓଡ଼ିଆଣୀ ଢ଼ାବା ରୋଡ଼ କ୍ରସିଂ, ପାଣ୍ଡରା ଓ ଲିଙ୍ଗିପୁର ଛକ ଏବେ ହଟସ୍ପଟ ରହିଛି I ଏସବୁ ସ୍ଥାନରେ ସର୍ଭିସ ରୋଡ଼ ସହ ଓଭର ବ୍ରିଜ ଜରୁରୀ ହୋଇ ପଡିଛି I
2015 ନବକଳେବର ପୂର୍ବରୁ ଏହି ଜାତୀୟ ରାଜପଥ ନିର୍ମାଣ ଶେଷ ହୋଇଥିଲା I ସେବେଠାରୁ ସର୍ଭିସ ରୋଡ଼ ନେଇ ଦାବି ହେଉଥିଲେ ହେଁ ତାହା ହେଉ ନାହିଁ I
ଉଲ୍ଲେଖ ନିୟଯେ, 2027ରେ ଆଲୋକୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ହେଲେ ଏନ୍ଏଚ୍ଏଆଇ ଜାତୀୟ ରଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା । ପରେ ରାଜ୍ୟ ସରକାର ସଂଶୋଧିତ କରି ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ । ଏହି ବୃହତ ଆଲୋକୀକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି । ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି ।
ଏହି ଆଲୋକୀକରଣ ପାଇଁ ଉପକୃତ ହୋଇଛନ୍ତି ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ୱର ବାସିନ୍ଦା ।