ଚାଞ୍ଚଲ୍ୟ : ଅଞ୍ଜନା ଗଣ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ
ଭୁବନେଶ୍ୱର //ତତ୍କାଳ ଓଡିଶା //
ଦୀର୍ଘ 22 ବର୍ଷ ପରେ ଅଞ୍ଜନା ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ବାରଙ୍ଗ ଠାରେ ପୋଲିସ ଗିରଫ କରିଛି Iଏହି ସୂଚନା ଦେଇଛନ୍ତି ଟ୍ୱିନ ସିଟି କମିଶନର ପୋଲିସ I
ବିବନ ବିଶ୍ୱାଳ ଦୀର୍ଘ 22 ବର୍ଷ ଧରି ଫେରାର ହୋଇଥିଲା I ସେ ମହାରାଷ୍ଟ୍ରର ଲୁନାୱାଲା ଆମ୍ବିଭେଲିରେ ନିଜ ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ୱାଇଁ ରଖିଥିଲା I ସେ ଏହି ନାମରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ପାନ କାର୍ଡ ବି ହାସଲ କରିଥିଲା I ପୋଲିସ ଅପରେସନର ନାମ ରହିଛି “sailence biaper”ବୋଲି ସିପି ସ୍ପଷ୍ଟ କରିଛନ୍ତି I ଏହି ଘଟଣା ଏବେ ସିବିଆଇ ଦ୍ୱାରା ତଦନ୍ତ ହେଉଥିଲେ ହେଁ ଓଡିଶା ପୋଲିସ ବିବନକୁ ଗିରଫ କରିବାରେ ସଫଳ ହୋଇଛି I