ରମ୍ୟ ରଚନା-‘କରୋନା ମାତା କି ଜୟ’
GUEST EDITOR /ଡା ଅରବିନ୍ଦ ମହାନ୍ତି
ଗଣମାଧ୍ୟମ -ଆଖି ଛଳ ଛଳ -କେମିତି ବଖାଣିବେ ,କରୋନା ଆସୁଛି କାୟା ବିସ୍ତାରି ? କେମିତି ଦେଖାଇବେ ଅମାନିଆଙ୍କୁ ବଡ଼ିଆ ?ଦେହ ମୁଣ୍ଡ ଜରିରେ ଗୁଡ଼ାଇ ହୋଇ ବୁଲୁଥିବା ରୋଗୀଙ୍କ ଦେହରେ ହାତ ନ ମାରୁଥିବା କରୋନା ଯୋଦ୍ଧା ?
ଡାକ୍ତର –ଘର ପରିବାର ଛାଡି ,ବାର ବୁଲା ହୋଇ ବୁଲୁଥିଲୁ I ଏବେ ଟିକେ ଘରେ ରହିପାରିବୁ I ଦରକାର ହେଲେ ,ଟିକେ ଶୌଚ ହୋଇପାରିବୁ I ସରକାରଙ୍କୁ ଅଜସ୍ର ଧନ୍ୟବାଦ I କରୋନା ଟୀକା ପ୍ରଥମେ ଆମେ ପାଇଲୁ I ପରିବାର ପଛେ ଟୀକା ନ ନେଉ I ଆପେ ବଞ୍ଚିଲେ ବାପାର …
ପୋଲିସ –ଏତେ ଦିନ ଧରି ଘରେ ନ ରହି , ସୁନ୍ଦର ସୁନ୍ଦର ଠେଙ୍ଗାରେ ସାନିଟାଈଜ଼ାର ମାରି ,ଗୋରୁଙ୍କୁ ବାଡିଆର ଅନ୍ତ I ଯୋଉ ଗଣ ମାଧ୍ୟମ ଆମକୁ ବଡ଼ାଇବା ପାଇଁ ଅତିମାତ୍ରା ଶୋଧୁଥିଲା`-ଅମାନିଆଙ୍କୁ ପାନେ କହି କେତେ ପ୍ରଶଂସା I
ସାନିଟାଈଜ଼ାର, ଥର୍ମାଲ ଥର୍ମୋମିଟର ବିକ୍ରି ଓ ତିଆରି କରୁଥିବା ଲୋକ- ଆଉ କିଛିଦିନ କରୋନା ମାତାଙ୍କୁ ଟାଣିନେଇ ହେବନି ? ଆମେ ଯେତେ ଲାଭ କରିଛୁ , ଆମ ପଣ ନାତି ବି ଖୁସିରେ ରହିବ I ବହୁତ ମାଲ କରି ଦେଇଥିଲୁ I ଲୋକଙ୍କୁ ସେମିତି ଡରାଇ ରଖାଯାଉ I କେତେ ମାଲ କେଉଁଠି ଦେଲେ , ମାଲ ସବୁ କିଛି ସାରିହେବ I
ଛୁଆର ବାପା ମା – ଛୁଆଗୁଡାକ ଖାଇ ଖାଇ , ଟିକେ ଗୋଲଗାଲ ହୋଇଥିଲେ I ଖାଇ ପିଇ ଟାଙ୍କ ଟେକି ଦେଇ ଶୋଉଥିଲେ I ଖାଲି ଶୁଣ୍ଢ ବାହାରି ଚନ୍ଦକାରେ ବୁଲିବା ବାକି ଥିଲା I ଅଳ୍ପ ପଢି , ପରୀକ୍ଷାରେ ପାସ I ହୋ ହୋ ହୋଇ , ଘର ପଡୁଥିଲା ଉଠୁଥିଲା ଟିଭିକୁ ବିଶ୍ରାମ ନାହିଁ i ମୋବାଇଲରେ ସ୍କୁଲ ,ଗେମ ,ସିନେମା ,ଗୀତ- ଫୋନ କରିବାକୁ ବେଳ ନାହିଁ i ଛୁଆ ଗୁଡାକ କରୋନା ମୂର୍ଖ I ଆଖି ଖରାପ ହୋଇ ଚଷମା ପିନ୍ଧିଲେଣି I
ଜେଜେ ବାପା ଜେଜେ ମା – ଆଖି ଛଳ ଛଳ I କେଡେ ସୁନ୍ଦର ଘରଟା ଭରପୁରଥିଲା ଏବେ ସବୁ ଖାଲି ହୋଇଯିବ I ପୁଅ ଚାଲିଯିବ ଚାକିରୀକୁ I ବୋହୁ ଚାଲିଯିବ I ନାତି ନାତୁଣୀ ସ୍କୁଲ ପଳାଇବେ I ଘରଟା ପୂର୍ବ ଭଳି ଖାଁ ଖାଁ ଗୋଡେଇବ I ଆଉ ଟିକିଏ କରୋନାକୁ ଅଟକେଇ ହେବନି ?
ବାହା ହୋଇଥିବା ବର କନ୍ୟା -ବର ଯାତ୍ରୀ ନାହିଁ ,ବାଜା ବାଜିଲା ନାହିଁ ,ଡରରେ କେହି ଆସିଲେ ନାହିଁ I ଆମେ ଟିକିଏ ଡେରିରେ ବାହା ହୋଇଥିଲେ , ମଧ୍ୟ ଚଳିଥାନ୍ତା I ଆଉ କଣ ଆଉଥରେ ଆମେ ବାହା ହେବୁନା କଣ ?
କରୋନାରେ ମରିଥିବା ଆତ୍ମା -କି ବେଳେ ଭଗବାନ ଆମକୁ ନେଇ ଗଲେ ଯେ -ପାଖରେ ପୁଅ ଝିଅ ପଶିଲେ ନାହିଁ I ବଡ ନାରଖାରରେ ସତ୍କାର ହେଲା I ସୁଧଘରରେ କେହି ବେଳିକିଆ ହେଲାନାହିଁ କି କେହି ଡରରେ ଆସିଲେ ନାହିଁ I
ସମସ୍ତେ ଏକ ସ୍ୱରରେ -କରୋନା ମାତା କି ଜୟ