ହରିଣକୁଲି ସ୍ୱରସ୍ୱତୀ ପୂଜା କମିଟି ଓ ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତ ଦାନ ଶିବିର
ବାଲେଶ୍ୱର, ଭୁବନେଶ୍ବର,(ତତ୍କାଳ ଓଡିଶା): ବାଲେଶ୍ୱର ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ହରିଣକୁଲି ଗ୍ରାମ ସରସ୍ୱତୀ ପୂଜା କମିଟି ଅନୁକୁଲ୍ୟରେ ରକ୍ତ ଦାନ ଶିବିର ହେଇଯାଇଛି । ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଉକ୍ତ ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତ। ଦିବଂଗତ ଉଭୟ ଭ୍ରାତା ମଧୁସୂଦନ ଗିରି ଓ ନାରାୟଣ ଗିରିଙ୍କ ସ୍ମୃତିରେ ଆୟୋଜିତ ରକ୍ତ ଦାନ ଶିବିରକୁ ସ୍ୱର୍ଗତ ଗିରି ଭ୍ରାତା ଦ୍ଵୟଙ୍କ ପିତା ପିତାମ୍ବର ଗିରି ଉଦ୍ଘାଟନ କରିଥିଲେ । ଏଥିରେ ଆମ ଓଡିଶା ଓ ଜ଼ିଲ୍ଲା ବ୍ଲଡ଼ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନିଶହ ରୁ ଅଧିକ ୟୁନିଟ ରକ୍ତ ସଂଗୃହିତ ହେବ ସହ ଏଅବସାରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷ୍ୟ ପରିଷଦର ସମ୍ପାଦକ ତଥା ଆଇନୀଜୀବୀ ରାଜକିଶୋର ଜେନା ମୁକ୍ଷ୍ୟ ବକ୍ତା ଭାବେ ଓଡିଶା ପ୍ରଗତି ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିମଲ କୁମାର ମହାପାତ୍ର ରକ୍ତ ଦାନ ପୂର୍ବକ ଯୋଗଦେଇ ସ୍ମୃତି ଚରଣ କରିବା ସହ ରକ୍ତ ଦାତାମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
ସମ୍ମାନିତ ଅତିଥି ଭାବେ ଖରିଦପିପଳ ପଞ୍ଚାୟତର ସରପଞ୍ଚ ଦିବେନ୍ଦୁ ବିକାଶ ପାତ୍ର, ଶିକ୍ଷ୍ୟାବିତ ଶିବନାରାୟଣ ପାତ୍ର, ସାମ୍ବାଦିକ ଅମର ମହାନ୍ତି, ଅଧ୍ୟାପକ ଶିବ ପ୍ରସାଦ ଦାସ, ଓ ଓଡ଼ିଶା ପ୍ରଗତି ଦଳର ଯୁବ ସଭାପତି ଦୂର୍ଗା ଶଙ୍କର ଦେ, ସଂସଦୀୟ କ୍ଷେତ୍ର ସଭାପତି ମାନରଞ୍ଜନ ବେହେରା ସମାଜ ସେବି ନିରଞ୍ଜନ ଦାସ ପ୍ରମୁଖ ଯୋଗ ଦେବା ସହ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଦସ୍ୟ ଦିଲ୍ଲୀପ କୁମାର ଜେନା, ସଂଜୀବ ଦାସ, ବିଭୁତି ଗିରି, ଚନ୍ଦନ ଗିରି, ଶିବ ଶଙ୍କର ପଟନାୟକ, ରାଜକିଶୋର ଜେନା, ପଦ୍ମ ଲୋଚନ ଗିରି, କାମଳ ଲୋଚନ ଗିରି, ଦେବୀ ପ୍ରସାଦ ଦାସ , ଜ୍ୟୋତି ପ୍ରକାଶ ଦାସ, ନାରାୟଣ ଦାସ ଏବଂ ଦିଲ୍ଲୀପ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଆମ ଓଡିଶା ସଂଗଠନ ର ସଂଯୋଜକ ଲକ୍ଷ୍ମୀଧର ବାରିକ ଡା ତ୍ରିନାଥ ପାଲସିଆନ, ଗତି କୃଷ୍ଣ ମହାନ୍ତି ଟେକଷିଆନ ସରୋଜ ମିଶ୍ର ଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା