ଶ୍ରୀମନ୍ଦିରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ

0

ପୁରୀ //ବିଶ୍ୱଜିତ

ବଲିଉଡ୍ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ଶୁକ୍ରବାର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ନେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ସେ ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।

ଶ୍ରୀମନ୍ଦିର ସମ୍ମୁଖରେ କଙ୍ଗନା

କଙ୍ଗନା ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଓ ଘୋଷଣା କରିଥିଲେ ଶ୍ରୀମନ୍ଦିର ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ ସେ ବେଶ୍ ଚର୍ଚାକୁ ଆସିଥିଲେ। ଫିଲ୍ମ ଫେୟାର award ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଅନେକ ଚଳଚ୍ଚିତ୍ରରେ ପୁରଷ୍କାର ପାଇଥିଲେ। କଙ୍ଗନା ତାଙ୍କର ସଂଘର୍ଷମୟ ଜୀବନ ମୁମ୍ବାଇରେ ଆରମ୍ଭ କରି ବେଶ୍ ସଫଳତା ପାଇଥିଲେ। ତେବେ କଡା ସୁରକ୍ଷା ମଧ୍ୟରେ କଙ୍ଗନା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଶ୍ରୀମନ୍ଦିର ଭିତରେ ପ୍ରାୟ ସେ ଏକଘଣ୍ଟା ବିତାଇବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ନୃସିଂହ ମନ୍ଦିର, ନବଗ୍ରହ ମନ୍ଦିର ପ୍ରଭୃତି ଦର୍ଶନ କରିଛନ୍ତି। ତେବେ କଙ୍ଗନା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ଟଙ୍କା ଦାନ କରିଥିବା କହିଛନ୍ତି ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ।

Leave A Reply

Your email address will not be published.