ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି
ଭୁବନେଶ୍ୱର//ତତ୍କାଳ ଓଡିଶା //
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ I ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କେନ୍ଦୁଝରର ବଡବିଲକୁ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବା ପାଇଁ ଯାଇ ସେଠାରୁ ଫେରିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଥମେ ଯୋଡା ଟାଟା ମେମୋରିଆଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି । ସେ ଏବେ ଚିକିତ୍ସାଧୀନ I