ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ

0

ପୁରୀ, (ତତ୍କାଳ ଓଡିଶା): ପରମ୍ପରା ମୁତାବକ ପବିତ୍ର ବସନ୍ତ ପଞ୍ଚମୀରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମୁଖ ରଥଖଳା ପ୍ରସ୍ତୁତ ହୋଇଛି I ସେହିପରି ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନାତି ଅନୁଷ୍ଠିତ ହେବ I

 ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ   ପୂଜାର୍ଚ୍ଚନା କରାଯାଇଛି I ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଛି। ପୂଜାର୍ଜନା ପାଇଁ ଆବଶ୍ୟକ ଜାଗା ବି ଖାଲି କରାଯାଇଛି।  ରାଳନଅର ପକ୍ଷରୁ ରାଜଗୁରୁଙ୍କ ସହ ସ୍ତୋତ୍ରିୟ ବ୍ରାହ୍ମଣମାନେ ପୂଜାର୍ଜନା କାର୍ଯ୍ୟ ସଂପାଦାନ କରିଛନ୍ତି । ତିନି ରଥ ପାଇଁ ୧୨ ଫୁଟିଆ ଚିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯାଇଛି।ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରାଯାଇଛି । 

Leave A Reply

Your email address will not be published.