ପ୍ରେମ ପାହାଡ଼ର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ଲୋକାର୍ପିତ

0

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ

ରାୟଗଡ, (ସନ୍ତୋଷ ) ;ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା  ଗୁଡିକର ଉଦ୍‍ଘାଟନ କରିଛନ୍ତି । 

ବୁଧବାର ପୂର୍ବାହ୍ନରେ ବଡ ଚାନ୍ଦିଲି ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍‍ଘାଟନ କରିଛନ୍ତି । ଟ.୭୮.୩୬ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ଦ୍ୱାରା ୧ ଲକ୍ଷ ଲିଟର ପାଣି ଦୈନିକ ୧୮୫ ପରିବାରକୁ ଟେପ ଯୋଗେ ଯୋଗାଇ ଦିଆଯିବା l ଏହି ଉଦ୍‍ଘାଟନ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ଵର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଶ୍ରୀ ଜଗନ୍ନାଥ ସାରକା,ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ୍‍.ଭାସ୍କର ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗ ।ଧର ପୂଆଲା ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମାଲୁ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଅପରାହ୍ନରେ ରାୟଗଡ ବ୍ଲକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁମାପାଇ ଗ୍ରାମରେ 5ଲକ୍ଷ ଟଙ୍କା ବ୍ୟୟରେ ନୂତନ ନିର୍ମିତ ଅଙ୍ଗନବାଡି       କେନ୍ଦ୍ରକୁ ଉଦ୍‍ଘାଟନ କରିଥିଲେ । ସେହିପରି ସଂଧ୍ୟା ୫.୩୦ମି ସମୟରେ ରାୟଗଡ ସଦର ଉପକଣ୍ଠ ଥିବା ପ୍ରେମ ପାହାଡରେ ତିନି କୋଟି ବାର ଲକ୍ଷ୍ୟ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ କାର୍ଯ୍ୟକୁ ମାନ୍ୟବର ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା,ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଶ୍ରୀ  ସାରକା, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ  ରାଓ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗୋମlଙ୍ଗ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୂଆଲା,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଯୋଜନା ଉପ ନିର୍ଦ୍ଦେଶକ, ରାୟଗଡ ଶ୍ରୀ ଭାସ୍କର ଜେନା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରେମ ପାହାଡ ସୈନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ଯୋଗୁଁ ସହରର ଜନସାଧାରଣ ଏହି ପାହାଡରେ ଚିତ୍ତୋବିନୋଦନ କରିବା ସହ ପ୍ରତ୍ୟେହ ସକାଳ ସଂନ୍ଧ୍ୟା ପରିଚାଳନା କରୁଛନ୍ତି ।
ଏହାପରେ ସ୍ଥାନୀୟ ଗୁରୁମଗୁଡା ଗ୍ରୀନ ଫିଲଡ ଠାରେ 88ଲକ୍ଷ୍ୟ ବ୍ୟୟରେ ଆଲୋକୀକରଣ କାର୍ଯ୍ୟ କୁ ମାନ୍ୟବର ଉପାଧ୍ୟାକ୍ଷ ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତୀରେ ଉଦଘାଟନ କରିଥିଲେ l ଏହାପରେ ସ୍ଥାନୀୟ ଜିଲ୍ଲା ପାଳଙ୍କ ସମ୍ମିଲାନି କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ବୈଠକରେ ମୁଖ୍ୟତଃ ଖରିଫ ଧlନ ସଂଗ୍ରହ, ମେଗା ଜଲଯୋଗଣ ଯୋଜନା ଓ କୃଷି ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଧେଶକ ଦିଆରଡି ଏ, ଜିଲା ମୁଖ୍ୟ କୃଷି ଅଧିକାରୀ, ଉପ ନିବନ୍ଧକ ସମବାୟ ସଂସ୍ଥା, ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜାଲଯୋଗlଣ ସଂସ୍ଥା, ଯଂସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗଣା ଅଧିକାରୀ ଆଦି ଯୋଗଦେଇଥିଲେ l

Leave A Reply

Your email address will not be published.