ଝଲସିଲା କଟକ-ପୁରୀ ବାଇପାସ
ଭୁବନେଶ୍ୱର, (ତତ୍କାଳ ଓଡିଶା )ବହୁଚର୍ଚିତ ଓ ବହୁପ୍ରତୀକ୍ଷିତ ପୁରୀ-ଭୁବନେଶ୍ୱର ବାଇପାସ୍ର ଝଲସିଛି I ଆଲୋକୀକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।
୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ହେଲେ ଏନ୍ଏଚ୍ଏଆଇ ଜାତୀୟ ରଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା । ପରେ ରାଜ୍ୟ ସରକାର ସଂଶୋଧିତ କରି ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ । ଏହି ବୃହତ ଆଲୋକୀକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି । ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି ।
ଏହି ଆଲୋକୀକରଣ ପାଇଁ ଉପକୃତ ହୋଇଛନ୍ତି ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ୱର ବାସିନ୍ଦା ।