କଟକ ସନ ହସ୍ପିଟାଲରେ ନିଆଁ :ବ୍ୟାପକ କ୍ଷୟକ୍ଷତି

0

ତତ୍କାଳ ଓଡିଶା LIVE

କଟକ /ଭୁବନେଶ୍ୱର (ଟିଓ ବ୍ୟୁରୋ): କଟକ କନିକା ଛକରେ ଥିବା ସନ ହସ୍ପିଟାଲରେ ନିଆଁ ଲାଗିଯାଇଛି I ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ ବାରଟାରେ ଅଚାନକ ନିଆଁ ଲାଗିଯାଇଥିଲା I ତାହା ହୁତୁ ହୁତୁ ହୋଇ ଏବେ ଜଳୁଛି I

ହସ୍ପିଟାଲରେ ନିଆଁ ଜଳୁଛି…. LIVE

ସଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ଅନୁମାନ କରାଯାଇଛି I କୌଣସି ରୋଗୀ ବା କର୍ମଚାରୀ ମୃତ୍ୟୁ ବରଣ କରି ନ ଥିବା ପ୍ରାଥମିକ ତଥ୍ୟରୁ ଜଣାପଡୁଛି I ଘଟଣା ସ୍ଥଳରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ବ୍ୟବସ୍ଥା କରିଛନ୍ତି I 4ଟି ଦମକଳ କାର୍ଯ୍ୟରେ ନିୟୋଜିତ I ତେବେ ହସ୍ପିଟାଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି I

Leave A Reply

Your email address will not be published.