କିଟ୍ ଓ ବିସିଆଇ ସହଭାଗିତାରେ ‘ଇଣ୍ଡିଆନ୍ ଇଷ୍ଟି ଚ୍ୟୁଟ୍ ଅଫ ଲ’
ଭୁବନେଶ୍ୱର /ତତ୍କାଳ ଓଡିଶା ବ୍ୟୁରୋ
ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍ ଶିକ୍ଷା ଓ ଆଇନ୍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା । ଉଭୟ ଆଇନ୍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ଓଦ୍ଭୟସବଦ୍ଭ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଖବଙ୍ଗ (ଓଓଖ), ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।
ନିରନ୍ତର ଆଇନ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍ ଏକ ମଡେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ । ଏହି ଏକାଡେମୀ ପ୍ରାଥମିକ ଭାବେ ଆଇନ୍ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ସହଯୋଗରେ ଆଇଆଇଏଲ୍ ପ୍ରତିଷ୍ଠା ହେବ । ବର୍ତ୍ତମାନ ସୁଦ୍ଧା ଆଇନ୍ ଶିକ୍ଷକ ଓ ଅଧ୍ୟାପକ ତଥା ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇନ୍ରେ କୌଣସି ତାଲିମ୍ ଅନୁଷ୍ଠାନ ନାହିଁ । ଆଇଆଇଏଲ୍ ପ୍ରତିଷ୍ଠା ହେଲେ ଭାରତରେ ଥିବା ଆଇନ୍ ସ୍କୁଲ୍ଗୁଡ଼ିକର ଯୁବ ଅଧ୍ୟାପକ ଓ ଯୁବ ଆଇନ୍ଜୀବିମାନେ ଏଠାରେ ସେମାନଙ୍କ ପାରଦର୍ଶିତା, ବୃତ୍ତିଗତ ଦକ୍ଷତା ଓ ବିଚକ୍ଷଣତା ବିକାଶ କରିପାରିବେ । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ । ୧୯୮୬ ମସିହାରେ ବିସିଆଇ ଓ ଏହାର ଟ୍ରଷ୍ଟ ‘ବିସିଆଇ ଟ୍ରଷ୍ଟ’ ଦ୍ୱାରା ବାଙ୍ଗାଲୋରଠାରେ ପ୍ରଥମ କରି ନ୍ୟାସ୍ନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଘଖଝଓଟ) ଆଇନ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ଏହି ଅନୁଷ୍ଠାନ ଏବେ ଦେଶର ମଡେଲ ଆଇନ୍ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟ କରିଆସୁଛି ।
ଶୁକ୍ରବାର ନୂଆଦିଲ୍ଲୀସ୍ଥିତ କନ୍ଷ୍ଟିଚ୍ୟୁସନ୍ କ୍ଲବ୍ରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାର୍ କାଉନ୍ସିଲ୍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍ଙ୍କଠାରୁ ଆରମ୍ଭ କରି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କିଟ୍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା ।
ବାର୍ କାଉନ୍ସିଲ୍ର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନଥିଲା । ଶେଷରେ ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍, ଦୂରଦ୍ରଷ୍ଟା, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ୱରଠାରେ ଆଇଆଇଏଲ୍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ । ତଦନୁସାରେ ବିସିଆଇ କିଟ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ ।
ବିଶ୍ୱ ତଥା ଭାରତ ଓ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇଆଇଏଲ୍ ପ୍ରତିଷ୍ଠା ଆଇନ୍ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ, ଏଥିରେ କୌଣସି ସନ୍ଦେହ ନାହିଁ । ବିଶେଷ କରି ଓଡ଼ିଶା ଏବଂ ସାମଗ୍ରିକ ଭାବେ ଭାରତ ପାଇଁ ଏହା ଏକ ବିରାଟ ସଫଳତା ଓ ଗୌରବ ହେବ । ନିରନ୍ତର ଆଇନ୍ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍ କୋର୍ସ ଏବଂ ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଲଏଲ୍ରେ ଚାଲୁ ରହିବ । ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍ ଆଇନ୍, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ । ଆଇନ୍ ତାଲିମ ନେଉଥିବା ଆଇନ୍ଜୀବି ଏବଂ ନିରନ୍ତର ଆଇନ୍ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍ ବିଷୟ ଉପରେ କେସ୍ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର (ଉଭୟ ଛାପା ଓ ଅନଲାଇନ୍) ଆଇଆଇଏଲ୍ ଦ୍ୱାରା ପ୍ରକାଶ କରାଯିବ ।