ବିନା ଏଣ୍ଟ୍ରାନ୍ସରେ ଚଳିତ ବର୍ଷ ଇଞ୍ଜିନିୟରିଂ ଆଡ଼ମିଶନ୍

0

 

ଭୁବନେଶ୍ୱର/କଟକ, (ତତ୍କାଳ ଓଡିଶା): ମହାମାରୀ କରୋନା ପାଇଁ ଏଆଇସିଟିଇ ନୂଆ ମାର୍ଗଦର୍ଶିକା ଜାରି କରିଛି । ବିନା ଏଣ୍ଟ୍ରାନ୍ସରେ ଚଳିତ ବର୍ଷ ଇଞ୍ଜିନିୟରିଂ ଆଡ଼ମିଶନ୍ । ଓଡିଶାରେ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

      ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନଲାଗି ବୈଷୟିକ ଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖିଛି ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ I ଜେଇଇ ବା ଓଜେଇଇ ଦେଇନଥିବେ ପିଲାମାନେ  ଇଞ୍ଜିନିୟରିଂ ପଢିପାରିବେ । ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ I ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମ୍ୟାଥ , ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ I  ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ । 

Leave A Reply

Your email address will not be published.